STORYMIRROR

Santosh Kumar Nayak

Abstract Comedy Inspirational

4  

Santosh Kumar Nayak

Abstract Comedy Inspirational

ପୁଷି ମାଉସୀକୁ ହେଇଛି ଜର

ପୁଷି ମାଉସୀକୁ ହେଇଛି ଜର

1 min
23.6K


ପୁଷି ମାଉସୀକୁ ହେଇଛି ଜର,

ପିଉନି ଗୋରସ ଖାଉନି ସର;

ଆମିଷ କଥା ତ ଦୂରରେ ଥାଉ,

ଖାଇବାକୁ ଭଲ ଲାଗୁନି ଆଉ ।

ସେଇଥି ପାଇଁ,

ଚାଦର ଘୋଡେଇ

ଯାଇଛି ଶୋଇ ।

ଏତିକି ବେଳକୁ କୁଆଡୁ କାହିଁ?

ଚୁଟିଆ ମୂଷାଟେ ଆସିଲା ଧାଇଁ;

ପଚାରିଲା "ଆଗୋ ମାଉସୀ ମୋର,

ଦେହ ଜମା ଭଲ ନାହିଁ କି ତୋର ।

କଅଣ ହେଲା

ମୁହଁ ତୋ ଦିଶୁଛି

କାହିଁ ଶୁଖିଲା ?"

କହିଲା ମାଉସୀ, "ହଇରେ ପୁଅ,

କାଲିଠାରୁ ଭଲ ଲାଗୁନି ଦେହ;

ବଢିଯାଇଛି ମୋ ଦେହର ତାତି,

ବେଳେବେଳେ ପୁଣି ହେଉଛି ବାନ୍ତି ।

ଚିପି ଦେ ମଥା,

ହାତ ତୋ ବାଜିଲେ

କମିବ ବଥା ।"

ମାଉସୀ କଥାକୁ ଭାବିଲା ସତ,

ମଥା ଚିପିବାକୁ ବଢାଇ ହାତ;

କହିଲା," ମାଉସୀ ତୁହି ନ ଡର,

ପୁତୁରା ପିଲାକୁ ନ ଭାବ ପର।" 

ଏତିକି କହି,

ମାଉସୀ ସେବାରେ

ଲାଗିଲା ସେଇ ।

ସହସା ମାଉସୀ ଚାଦର କାଢି,

ଚୁଟିଆ ବେକକୁ ଧରିଲା ଭିଡି;

ପାଟିରେ ପୁରାଇ ଦେଲା ସେ ଖାଇ,

ଜରଫର ତାର ଗଲା ଉଭେଇ ।

ବିଚରା ମୂଷା,

ଜୀବନ ହାରିଲା

କରି ଭରଷା ।।



Rate this content
Log in

Similar oriya poem from Abstract