STORYMIRROR

Sukanti Hotta

Comedy

4  

Sukanti Hotta

Comedy

ଯେବେଠୁଁ କରୋନା ଆସିଛି

ଯେବେଠୁଁ କରୋନା ଆସିଛି

1 min
135

ଅଭିମାନୀ ମୋର ଘରଣୀ ରାଣୀ

ଅଭିମାନ କରି ବସିଛି

ଯେବେଠୁଁ କରୋନା ଆସିଛି

ରୂପାଜହ୍ନ ପରି ଛନ୍ନଛନ୍ନ ମୁହଁ

ଶୁଖିକି କାଳିଆ ପଡିଛି

ଯେବେଠୁଁ କରୋନା ଆସିଛି

ବାହାର ବୁଲି ମୋ ଜୀବନଠୁ ପ୍ରିୟ

ଘରେ ବାନ୍ଧିହୋଇ ରହିଛି

ଯେବେଠୁଁ କରୋନା ଆସିଛି

ଡବାଡବା କ୍ରିମ ସ୍ନୋ ପାଉଡର

ଘରେ ଭର୍ତି ହୋଇ ରହିଛି

ଯେବେଠୁଁ କରୋନା ଆସିଛି

ଆଲମିରା ଖୋଲି ଡ୍ରେସ ଶାଢ଼ୀ ଦେଖି

ଆଖିର ଲୁହ ସେ ପୋଛୁଛି

ଯେବେଠୁଁ କରୋନା ଆସିଛି

ଲାଲୀଲାଲୀ ଓଠ ଲିପିଷ୍ଟିକ ବିନା

ଶୁଖିକି କାଳିଆ ଦିଶୁଛି

ଯେବେଠୁଁ କରୋନା ଆସିଛି

ଗେଲେଇ ଫୁଲେଇ ସଜେଇ ଓଳେଇ

ମନଦୁଃଖ କରି ବସିଛି

ଯେବେଠୁଁ କରୋନା ଆସିଛି

କାମବାଲି ବିନା ଓଳିଟେ ଚଳେନି

ସାରା ଘରକାମ କରୁଛି

ଯେବେଠୁଁ କରୋନା ଆସିଛି

ଚାନ୍ଦମୂଖୀ ମୋର ସୂର୍ଯ୍ୟମୂଖୀ ହୋଇ

ନିତି ଗରଗର ହେଉଛି

ଯେବେଠୁଁ କରୋନା ଆସିଛି

ଡଉଲଡାଉଲ ସୁନ୍ଦର ଚେହେରା

କଳାକାଠ ପରି ଦିଶୁଛି

ଯେବେଠୁଁ କରୋନା ଆସିଛି

ଦୁଇ ଆଖି ଲୁହ ଝରଣା ପରି

ଅନବରତ ଝରୁଛି

ଯେବେଠୁଁ କରୋନା ଆସିଛି

ଆଧୁନିକା ସେ ଦେବତା ମାନେନି

କେତେ ମାନସିକ କରୁଛି

ଯେବେଠୁଁ କରୋନା ଆସିଛି ।


రచనకు రేటింగ్ ఇవ్వండి
లాగిన్

Similar oriya poem from Comedy