STORYMIRROR

Keshab Chandra Dash

Action Inspirational Others

4  

Keshab Chandra Dash

Action Inspirational Others

କଅଣ ଏହାହିଁ ଜୀବନ?

କଅଣ ଏହାହିଁ ଜୀବନ?

1 min
19

ଦେଖୁ ଦେଖୁ ଅଧା ଜୀବନ ସରିଗଲା କରି ନିଜପାଇଁ ଅର୍ଥ ଉପାର୍ଜନ,
ତଥାପି ବି ମାନୁନାହିଁ,ରହୁଛି ଲାଳସା
କିପରି ବଢିବ ଧନ?

ଶରୀର କ୍ଷୀଣ ହେଲା ଧନ ଲାଳସାରେ ଜୀବନଯାକ କରି କଠିନ ପରିଶ୍ରମ,
ସେହି ଶରୀରରେ ଉପାର୍ଜିତ ଧନ ବ୍ୟୟ ହେଲା କରିବାକୁ ତାହାକୁ ଯେ ସକ୍ଷମ ।

ବାକିଥିବା ଜୀବନ ସବୁ ସରିଗଲା
ନା ରହିଲା ଧନ ନା ଯୌବନ,
ସବୁବେଳେ ରହିଲା ନିଜ ସ୍ବାର୍ଥ ,ପରିବାର ଚିନ୍ତା ସମାଜ ପାଇଁ ହେଲାନାହିଁ ସମୟ ଓ ମନ ।

ସମାଜଠୁ ମନୁଷ୍ୟ ଯେ ବହୁତ କିଛି ପାଇଛି ଦେଇନାହିଁ କିଛି ତା ବଦଳରେ ପ୍ରତିଦାନ, ନିରୋଲାରେ ନିଜକୁ ମୁଁ ଆଜି ନିଜେ ପଚାରୁଛି ବାସ୍ତବରେ କଅଣ ଏହାହିଁ ଜୀବନ?
 


Rate this content
Log in

Similar oriya poem from Action