Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriman Bapu

Romance Tragedy Fantasy

3  

Sriman Bapu

Romance Tragedy Fantasy

କାହିଁ କେଜାଣି ?

କାହିଁ କେଜାଣି ?

1 min
31


କାହିଁ କେଜାଣି ଲାଗୁଛି 

କି ତୁମେ ଆସୁଛ ,

ନା ଏ କେବଳ ମନର ଭ୍ରାନ୍ତି ମାତ୍ର ?


ସବୁ ଆକାଂକ୍ଷା , ଅଭିଳାଷା 

ଯେବେ ମଉଳି ଯାଉଥାଏ 

ଧପ୍ କିନା ଜଳିଉଠେ ଆଶା ଟିକିଏ 

ହୃଦୟର କେଉଁ କୋଣରେ । 


ଭାବି ଚାଲେ , ଦେଖିଚାଲେ ସେ 

ସ୍ୱପ୍ନ ପରେ ସ୍ୱପ୍ନ ..... 


ନା' ସେ ଆଉ ସ୍ୱପ୍ନ ସବୁକୁ 

ମିଛ ବୋଲି ଭାବିବନି , 

ହେଉ ପଛେ ମିଛ , 

ରକ୍ତ ହାଡ଼ ମାଂସର ଏ କଞ୍ଚା ଦେହ ।

 

ତୁମକୁ ନେଇ ତା'ର ସବୁ ସ୍ୱପ୍ନ ହିଁ 

ଏକମାତ୍ର ମଧୁର , ଚିର ସବୁଜ ବାସ୍ତବ ।


ତୁମକୁ ଦେଖିବା ପୂର୍ବରୁ 

ସେ କିଛି ଦେଖି ନଥିଲା ,

ଏ ପୃଥିବୀ , ଆକାଶ , ଋତୁର ରଙ୍ଗ 

କିଛି ବି ନୁହେଁ । 


ଭଲ ପାଇ କି ଘୃଣା କରି 

ଶିଖି ନଥିଲା ସେ ନିଜକୁ ।

ଏସବୁ ତ ସେ ପ୍ରଥମେ 

ତୁମ ଆଖିରେ ଦେଖିଲା ,

ତା'ପରେ ପାଇଲା ନିଜ ଆଖିରେ 

ପୁଣି ହୃଦୟ ମନର 

କୋଣ ଅନୁକୋଣରେ ।


ଯେତେ ଯେତେ ସେ ନିଜକୁ ଚିହ୍ନିଲା 

ସେତେ ସେତେ ତୁମେ 

ଅପରିଚିତ ରହସ୍ୟ ପାଲଟିଲ । 


ଆଉ କେତେ ଦିନ ସେ 

ତୁମ ସ୍ମୃତିକୁ ଆଶା , ଭରଷା ,

ଆଉ ଛଳନାର ଖାଦ ପାଣି ଦେଇ 

ବଞ୍ଚାଇ ରଖିବ ? 


ଏଇମିତି ଯୌବନ ତା'ର ଗଡ଼ିଯିବ 

ଆଉ ବାକିତକ ଜୀବନଟା ବି ।


ବେଳେ ବେଳେ ତାକୁ ଏଇମିତି 

ଆଶଙ୍କା ମାଡ଼ିବସେ , 

ଚାଲୁ ଚାଲୁ ସେ ଅଚାନକ୍ ଥମ୍ବି ଯାଏ ,

ଛେପ ଢ଼ୋକି ପାରେନି , 

ଆଖି ପତା ବି ତା'ର ପଡ଼େନେ ।

 

ସତରେ କ'ଣ ତୁମେ ଆସୁନ ?


Rate this content
Log in

Similar oriya poem from Romance