Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Action Classics

4  

Mr.GAGAN BIHARI NAYAK

Action Classics

ଜୟ ମାଁ ଶାରଦା

ଜୟ ମାଁ ଶାରଦା

1 min
215



ଶାରଦା ମା' ବରଦା ତୁ' ଚିର ବନ୍ଦିତା

ଆମେ ଯେତେ ତୋ ପାଦରେ

ହୋଇଛୁ ଗୁନ୍ଥା ।

ମା'...

ଅଧମ ଆମେ ଅଜ୍ଞାନ

ଅଭାବରେ କଟେ ଦିନ

ଦେବାପାଇଁ କିଛି ନାହିଁ

ଅଭାବି ଚିନ୍ତା (0)


ତୋ ନାମ ହୃଦେ ସ୍ମରି 

ସଂସାର ନାବକୁ ଧରି ।

ଅନ୍ଧକାରେ ଚାଲୁ ଅଛୁ 

ଖାଲ ଢିପ ହୋଇ ପାରି।।

କଣ୍ଟା ଭରା ବାଟ ସାରା

ତୁମେ ମୁକତି ପସରା

ଉଦ୍ଧାର ନିଅ ମା' କରି

ଜଗତ ଜିତା (1)


ହାରି ନାହିଁ କେବେ ମା'

ଏ ମୋ' ଜୀବନ ଯୁଦ୍ଧେ ।

ବିଜୟ ଟୀକା ପିନ୍ଧିଛି

ଯେତେ ବାଦବିବାଦେ ।।

ଜୟମାଲ୍ଯ ମାଥେ ପିନ୍ଧି 

ତୋ ପଦ ଯୁଗଳ ବନ୍ଦି

ସଦର୍ପେ ଚାଲୁଛି

ଦଳି ଯେତେକ ବାଧା(2)



Rate this content
Log in

Similar oriya poem from Action