ଜଟାୟୁ ପକ୍ଷୀ ସହ ଭେଟ
ଜଟାୟୁ ପକ୍ଷୀ ସହ ଭେଟ
(ରାଗ - କୁମ୍ଭ କାମୋଦୀ )
ଯାଉ ଯାଉ ବନେ କାନ୍ଦି ବେନି ଭାଇ
ସୀତାଙ୍କୁ ଖୋଜିଣ
ଜୁଡୁବୁଡୁ ହୋଇ ରକ୍ତେ ତିନ୍ତି ମହୀ
ପଥ ରେ ଦେଖିଣ ।
ଜନମିଲା ହୃଦେ ଭୀତି ଯେ କାନ୍ଦଣା
ଦୃତ ଗତି ବଢ଼ି
ଜାଣି ନ ପାରିଲେ ସଜ ରକ୍ତ ଛିଟା
କାହାର ଏ ପଡ଼ି ।
ଜ୍ବଳିତ ହୃଦୟେ ଧାଇଁ ଧାଇଁ ବେଗେ
ମିଳିଲେ ସେ ଠାବ
ଜଟାୟୁ ପକ୍ଷୀ ର ଛେଦି କେହୁ ପକ୍ଷ
କେ କ୍ରୂର ପାଶବ ।
ଯାଇଚି ପକାଇ କଷ୍ଟ ସହି ସହି
ନଡ ମଡ଼ ହୋଇ
ଜୀବନ ଧାରଣ ପୀଡ଼ା ରେ ଭୀଷଣ
ଅଥୟ ହୁଅଇ ।
ଜଣାଇଲା ବାର୍ତ୍ତା ଶ୍ରୀରାମ ଅଗ୍ରତେ
ଜଟାୟୁ ପକ୍ଷୀ ସେ
ଜନକ ଅଙ୍ଗଜା ନେଲା ଲଙ୍କା ରାଜା
ରାବଣ ନିମିଷେ ।
ଜଟାୟୁ କହଇ ଶୁଣ ହେ ଗୋସାଇଁ
ପୀଡ଼ା ଯେ ଭୀଷଣ
ଜଳ ଠୋପେ ଆଣି ଦିଅ ମୋ ପାଟିରେ
ସଦୟେ ତକ୍ଷଣ ।
ଜଟାୟୁ ର ଗୀରେ ଜଳ ଧାରା ଶରେ
ବରଷି ଶୀତଳ
ଜଳ ପିଆଇଲେ ସାଷ୍ଟମ ହୋଇ ସେ
ଭାଷିଲେ ସକଳ ।
ଜାନକୀଙ୍କି ଧରି ହରି ଏଇ ପଥେ
ନେଇଛି ରାବଣ
ଯାନ ମୁଁ ତାହାର ନଭେ ରୋଧିବାରୁ
ମୋ ପକ୍ଷ ଛେଦିଣ ।
ଯାଇଛି ପଳାଇ ବାର୍ତ୍ତା ଦେବା ପାଇଁ
କଷ୍ଟେ ମଷ୍ଟେ ପ୍ରାଣ
ଯାପୁଛି ଏ ଯାଏଁ ଜୟୀ ହୁଅ ଆହେ ,
ହାରିଲି ଜୀବନ ।
ଜଟାୟୁ ମରଣ ସହସା ଦେଖିଣ
ସଭିଏଁ କାନ୍ଦିଲେ
ଯାଇ ତାଙ୍କ ପାଦେ ଶ୍ରୀରାମ ଲକ୍ଷ୍ମଣ
ପ୍ରଣମି ବନ୍ଦିଲେ ।
ଯୁବା କାଳେ ରାଜା ଦଶ ରଥ ତାଙ୍କ
ମିତ୍ର ହୋଇ ଥିଲେ
ଜାଣିଣ ଶ୍ରୀରାମ ଜୁପ କାଠ ଆଣି
ଦାହ ସମ୍ପଦିଲେ ll

