STORYMIRROR

Satyanarayan Sahoo

Drama Romance Classics

4  

Satyanarayan Sahoo

Drama Romance Classics

ଜଟାୟୁ ପକ୍ଷୀ ସହ ଭେଟ

ଜଟାୟୁ ପକ୍ଷୀ ସହ ଭେଟ

1 min
278

(ରାଗ - କୁମ୍ଭ କାମୋଦୀ )


ଯାଉ ଯାଉ ବନେ କାନ୍ଦି ବେନି ଭାଇ

ସୀତାଙ୍କୁ ଖୋଜିଣ

ଜୁଡୁବୁଡୁ ହୋଇ ରକ୍ତେ ତିନ୍ତି ମହୀ

ପଥ ରେ ଦେଖିଣ ।

ଜନମିଲା ହୃଦେ ଭୀତି ଯେ କାନ୍ଦଣା

ଦୃତ ଗତି ବଢ଼ି

ଜାଣି ନ ପାରିଲେ ସଜ ରକ୍ତ ଛିଟା

କାହାର ଏ ପଡ଼ି ।

ଜ୍ବଳିତ ହୃଦୟେ ଧାଇଁ ଧାଇଁ ବେଗେ

ମିଳିଲେ ସେ ଠାବ

ଜଟାୟୁ ପକ୍ଷୀ ର ଛେଦି କେହୁ ପକ୍ଷ

କେ କ୍ରୂର ପାଶବ  ।

ଯାଇଚି ପକାଇ କଷ୍ଟ ସହି ସହି

ନଡ ମଡ଼ ହୋଇ

ଜୀବନ ଧାରଣ ପୀଡ଼ା ରେ ଭୀଷଣ

ଅଥୟ ହୁଅଇ ।

ଜଣାଇଲା ବାର୍ତ୍ତା ଶ୍ରୀରାମ ଅଗ୍ରତେ

ଜଟାୟୁ ପକ୍ଷୀ ସେ

ଜନକ ଅଙ୍ଗଜା ନେଲା ଲଙ୍କା ରାଜା

ରାବଣ ନିମିଷେ ।

ଜଟାୟୁ କହଇ ଶୁଣ ହେ ଗୋସାଇଁ

ପୀଡ଼ା ଯେ ଭୀଷଣ

ଜଳ ଠୋପେ ଆଣି ଦିଅ ମୋ ପାଟିରେ

ସଦୟେ ତକ୍ଷଣ । 

ଜଟାୟୁ ର ଗୀରେ ଜଳ ଧାରା ଶରେ

ବରଷି ଶୀତଳ

ଜଳ ପିଆଇଲେ ସାଷ୍ଟମ ହୋଇ ସେ

ଭାଷିଲେ ସକଳ ।

ଜାନକୀଙ୍କି ଧରି ହରି ଏଇ ପଥେ

ନେଇଛି ରାବଣ

ଯାନ ମୁଁ ତାହାର ନଭେ ରୋଧିବାରୁ

ମୋ ପକ୍ଷ ଛେଦିଣ ।

ଯାଇଛି ପଳାଇ ବାର୍ତ୍ତା ଦେବା ପାଇଁ

କଷ୍ଟେ ମଷ୍ଟେ ପ୍ରାଣ

ଯାପୁଛି ଏ ଯାଏଁ ଜୟୀ ହୁଅ ଆହେ ,

ହାରିଲି ଜୀବନ ।

ଜଟାୟୁ ମରଣ ସହସା ଦେଖିଣ

ସଭିଏଁ କାନ୍ଦିଲେ

ଯାଇ ତାଙ୍କ ପାଦେ ଶ୍ରୀରାମ ଲକ୍ଷ୍ମଣ

ପ୍ରଣମି ବନ୍ଦିଲେ ।

ଯୁବା କାଳେ ରାଜା ଦଶ ରଥ ତାଙ୍କ

ମିତ୍ର ହୋଇ ଥିଲେ

ଜାଣିଣ ଶ୍ରୀରାମ ଜୁପ କାଠ ଆଣି

ଦାହ ସମ୍ପଦିଲେ ll


Rate this content
Log in

Similar oriya poem from Drama