Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Tragedy Others

2  

Sahadev Behera

Tragedy Others

ଜରି ଗୋଟାଳି

ଜରି ଗୋଟାଳି

1 min
110



   

କିଏ ବା କେମିତି  ଗଢିଛି ଜୀବନ 

    ହସି ଖେଳି କାନ୍ଦି କରି 

ମୋ ଜୀବନ ଏଠି  ବିତି ତ ଯାଉଛି 

    ଗୋଟାଇ ପ୍ଲାଷ୍ଟିକ ଜରି ll ୧


ସକାଳ ହୋଇଲେ  ପଖାଳ ମୁଠାଏ 

    ପେଟରେ ପୁରାଇ ଦିଏ 

ବଡ ଥଳି ଗୋଟେ   ରଖିବାକୁ ଜରି 

     ପିଠିରେ ମୁଁ ତାକୁ ଥୁଏ ll ୨


ପୂତିଗନ୍ଧମୟ   ଅଳିଆଗଦାର 

    ଆବର୍ଜନା ଆଡ କରି 

ବାଛି ବାଛି ଆଣେ ପ୍ଲାଷ୍ଟିକ ବୋତଲ 

   ପଲିଥିନ ଛିଣ୍ଡା ଜରି ll ୩


ସକାଳରୁ ସଞ୍ଜ   ବିତିଯାଏ ମୋର 

    ପେଟ ଚାଖଣ୍ଡକ ପାଇଁ 

ପାଠ ପଢା କଥା  ମନରେ ଧରିନି 

     ବିଦ୍ୟାଳୟ ଯାଇ ନାହିଁ ll ୪


ଜାଣେନା ମୋ ଭାଗ୍ଯ  ଭବିଷ୍ଯତ କଥା 

     ବର୍ତ୍ତମାନ ବଞ୍ଚି ଅଛି 

କାଲିର ସକାଳ   ଦେଖି ବି କି ନାହିଁ 

     ସେ କଥା କେ ପଚାରୁଛି ll ୫

    


Rate this content
Log in

Similar oriya poem from Tragedy