STORYMIRROR

Paramita Sarangi

Tragedy

3  

Paramita Sarangi

Tragedy

ହୋଇ ଥାନ୍ତି କି ଟଙ୍କାଟିଏ

ହୋଇ ଥାନ୍ତି କି ଟଙ୍କାଟିଏ

1 min
13.5K


ସେ ମାଗୁଥିଲା କିଛି

ହାତ ପତାଇ

ମୁହଁ ବୁଲାଇ ଦେଲ ତୁମେ

ଦ୍ଵିତୀୟ ଈଶ୍ଵର ହୋଇ


ଗୁଡେ଼ଇ ତୁଡେଇ ହୋଇ

ଥିଲା ମୁଠାଏ ପ୍ରଲୋଭନ

ରେଶମୀ ରିବନ ର ସାପ ପରି,

କିନ୍ତୁ

ତା ଝୁଲାରେ ଥିଲା

ଗୋଟେ ଶୁନ୍ୟତା ଆଉ

ମୁଠାଏ ଭୋକ।


ଝୁଲା ଭିତରେ ହାତ ପୁରେଇ ଦେଲା

ସେ, କାଢି ବାର ବୃଥା ଚେଷ୍ଟା

କିଛି ମୁହୂର୍ତ୍ତ

ତା ଛୁଆ ବିଳାପର

କିଛି ଅସହାୟ

ସେ ଫଟା ଶାଢ଼ୀର

ଉନ୍ମୁକ୍ତ ତା ସ୍ତ୍ରୀର ବକ୍ଷୋଜ


ହାୟ! ହୋଇ ଥାନ୍ତି କି ମୁଁ ଟଙ୍କାଟିଏ

ଥାଆନ୍ତି ତା ଝୁଲାରେ

ଅନ୍ଧାରର ଭାରିପଣ ଭିତରେ

ଅଙ୍ଗେ ନିଭାଇଥାନ୍ତି

ସେ ଶୂନ୍ୟତାକୁ


ମୁଁ କିନ୍ତୁ ଥିଲି

ମୋ ଭିତରେ, ଏବଂ

ତା ଝୁଲାରେ ଥିଲା

ଗୋଟେ ଶୁନ୍ୟତା

ଆଉ

ମୁଠାଏ ଭୋକ ।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy