STORYMIRROR

ବି. ନିରୁପମା

Action Inspirational Children

4  

ବି. ନିରୁପମା

Action Inspirational Children

ଗଡ଼ିଲାଣି ମୋର ଲାଳ

ଗଡ଼ିଲାଣି ମୋର ଲାଳ

1 min
389


ଭଲକି ଧରିଥା' ଟେକିକି ଲିପୁକୁ

ହେଇ ନଗୀ ପାଇଗଲା,

ଏଥରକ ଆମ୍ବ ନିଶ୍ଚୟ ଝଡ଼ିବ

ଲୁଣ, ଲଙ୍କା କେଣେ ଗଲା ।

ମୋହରି ପାଖରେ ଥିଲା;

ଲୁଚେଇକି ପରା ରଗଡ଼ି ଆଣିଛି

ଜେଜୀ ମୋ ପଚାରୁଥିଲା ।


'ହଇ ରେ ଟୋକା ତୁ କଅଣ ନେଉଛୁ

କାଗଜ ପୁଡ଼ିଆ କରି,

କହିଲେ ତୋ ବୋଉ ପିଠି କୋରି ଦେବ

ଛାଡ଼ିଯିବ ଚୋରି ଗିରି ।'

କହିଲି ମୁଁ ଆଖି ଠାରି;

"ପାଟି କରନା ମୋ ସୁନା ଜେଜୀ ମାଆ

ଲଙ୍କା ଲୁଣ ନିଏ ଚୁରି ।


ଇସ୍କୁଲ ବାଟର ପୋଖରୀ କଡ଼ରେ

ଫଳି ଝୁଲୁଅଛି ଆମ୍ବ,

ସେ ଗଛରୁ ଝାଡ଼ି ଖାଇବୁ ଭାବିଛୁ

ଆମେ କେତେଜଣ ସାଙ୍ଗ ।"

ସେଇଠୁ ସେ ତୁନି ହେଲା;

ଟମି ବି କେମିତି ଚାହିଁଛି ସିଆଡ଼େ

ପାଟିଟାକୁ କରି ଖୋଲା ।


ଖାଇ ଖାଇ ଯିବା ମିଶିକି ତିନିହେଁ

ଗଡ଼ିଲାଣି ମୋର ଲାଳ,

ବହିଟାଏ କାଢ଼ି ବିଞ୍ଚିହେବା ଟିକେ

ଶୁଖିଯିବ ମୁହଁ ଝାଳ ।

ଧରିଥିବା ଗୋଟା କେତେ,

ଆଉ କେ ମାଗିଲେ ମନା କରିବାନି

ଯାଚି ଦେବା ତା'ର ହାତେ ।


ପଡ଼ିଗଲେ ଦେହ ଖଣ୍ଡିଆ ହୋଇବ

ଘର ଲୋକ ଦେବେ ଗାଳି,

କଥା ଖୋଳୁ ଖୋଳୁ ଜଣା ପଡ଼ି ନିଶ୍ଚେ

ପଡ଼ିବ ସଭିଙ୍କ ପାଳି ।

ସାବଧାନ ତେଣୁ ହୋଇ;

ଆମ୍ବକୁ ଝାଡ଼ିକି ଖାଇବା ଆମେରେ

ଟମିକୁ ବି ମନାନାଇଁ !




Rate this content
Log in

Similar oriya poem from Action