ଗ୍ରହଣ କାରଣ
ଗ୍ରହଣ କାରଣ
ଜହ୍ନକୁ ମନ ଦେଇ ନୀଳକଇଁ ସିନା
ନୀଳ ବିଷ ପିଇ ଅଧା ଘାଇଲା ହେଲା
ଏବେ ଏବେ ଯେବେ ଜହ୍ନ ଜହର ପିଇଲା
ପୂର୍ଣ୍ଣମୀରେ ଗ୍ରହଣ ଲାଗିଗଲା
କୁଆଁରୀ ମନର ଆଶା ନିରାଶା
ଜହ୍ନି ଫୁଲ ସାଥେ କଦଳୀ ନଡ଼ିଆ କାନ୍ଦିଲା
ଡାଲା ସାଥେ କୁଲା କେତେ କାନ୍ଦିଲା
ନୀଳକଇଁ କାଳେ କହେ ଜହ୍ନକୁ
ଜେସାକୁ ତେସା ହେଇଛି ଭଲା
ଜହ୍ନ ଦେହେ କଳା ଚିହ୍ନ କଳଙ୍କ ଜଣା ପଡିଲା
ଫୁଲ ସବୁ କାନ୍ଦିଲେ ଶୁଖି
କୁଆଁରୀ ମନର ଦୁଃଖ ପରଖି
ଉଦାସ ଆକାଶ ବକ୍ଷରେ ଛାଇ ବିକଶିଗଲା
ଅଧା ଅଧୁରା ଜହ୍ନ ଚାହାଁଣୀ କଇଁ ହୃଦ ଭାଙ୍ଗିଲା
ନିଜେ ଆସୁ କି ନଆସୁ ସପନେ ଆସି
ଗୋପନେ କଥା ଦେଇକି ଗଲା
ଜହ୍ନ ଅପବାଦେ ମୁହଁ ତଳକୁ କଲା
ଚନ୍ଦ୍ର ଗ୍ରହଣ କହି କଥା ଲୁଚିଲା
କଇଁ ମନ ନିଜେ ବୁଝେଇଦେଲା
ଯେତେ ଦୂରେ ଥାଉ ଚନ୍ଦ୍ର ହୃଦ ମୋହିଲା
ନୀଳକଇଁ କେବେ ନୀଳବିଷ ପିଇବ ନାହିଁ
କଥା ରଖିଲା ଜହ୍ନ ଉଇଁଲା
ଲୋକେ କହୁଥିଲେ ଗ୍ରହଣ ଛାଡିଲା
ବିଜ୍ଞାନୀ ବୋଲାଏ ଜହ୍ନ ଉପରେ ଛାଇଟା ଥିଲା
ଯିଏ ଯାହା କହୁ କୁମାର ପୂର୍ଣ୍ଣମୀ ଅଧା ଅଧୁରା ହେଲା ।
