STORYMIRROR

Chittaranjan Nanda

Fantasy

4  

Chittaranjan Nanda

Fantasy

ଗର୍ବ ଅହଂକାର ଅଳିକ ମାତ୍ର

ଗର୍ବ ଅହଂକାର ଅଳିକ ମାତ୍ର

1 min
477

ଗର୍ବ ଅହଂକାର ଅଳିକ ମାତ୍ର


ନ୍ୟାୟ ମାନ ସମ୍ମାନ ଯଶ ପୌରୁଷ ଅଛି 

ଯେଉଁ ମାନଙ୍କ ପାଖରେ

ପରାନ୍ନ ଭୋଗୀ ତୋଷାମଦକାରୀ ହୁଏନା

କେବେ ସେଇମାନେରେ


ନିଜକୁ ମନରେ ବଡ଼ ବୋଲି ଭାବି ଛାତି 

ଫୁଲେଇ ଚାଲିଲେ

ଗର୍ବ ଅହଂକାର ଅଳିକ ମାତ୍ର, ରହେନି

ଆତ୍ମା ଘଟରୁ ଛୁଟିଲେ 


ଆତ୍ମା ଘଟରୁ ଛୁଟିଲେ ଦେହ ମିଶି ଯିବ 

ଏଇ ମାଟିରେ 

ଶାନ୍ତି ପାଇବା, ବାନ୍ଧି ରହିଲେ ସଦା ସର୍ବଦା

ଉତ୍ତମ କାମ ସହିତରେ 


ନୀଳକଣ୍ଠ ପରି ବିଷ ପାନ କରି ଅମ୍ବୃତ 

ଦେଲେ ଏହ ସମାଜକୁ

ନହୋଇ ଅଥୟ, ସତ୍ କର୍ମ କରିଲେ ହୋଇ

ନିର୍ଭୟ ସମ୍ମାନ ମିଳେ ସେ କାମକୁ


ନଥାଇ ଵିଷାଦ ମନରେ ତିଳେ ସତ୍ୟ ଧର୍ମ

ପଥରେ ଚାଲଇ ଯିଏ

ଇତିହାସରେ କୀର୍ତ୍ତି ସ୍ତମ୍ଭ ପ୍ରାୟେ ସ୍ଵର୍ଣ୍ଣାକ୍ଷରେ

ସଂସାରେ ଶୋଭା ପାଏ 


ସ୍ନେହ ଶ୍ରଦ୍ଧା ଥାଇ ଝରାଇଲେ ଲୁହ ଦେଖି 

ଦୁଃଖୀ ଜନଙ୍କୁ

ସତ୍ କର୍ମରେ ତ ଅଧିକାର, କଥା ରହିଯିବ 

କାଳ କାଳକୁ


ଛାଡି ନିଜ ଘରଦ୍ବାର ପିଲା ପରିବାର, ଶୋଷଣ 

ଅତ୍ଯାଚାର ବିରୁଦ୍ଧେ ସଂଗ୍ରାମୀଂକୁ

ଭୁଲିନି କି ଭୁଲି ପାରିବନି ସମାଜ କେବେହେଲେ

ସେହି ମହାନ୍ ପୁରୁଷ ମାନଙ୍କୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy