ଗର୍ବ ଅହଂକାର ଅଳିକ ମାତ୍ର
ଗର୍ବ ଅହଂକାର ଅଳିକ ମାତ୍ର
ଗର୍ବ ଅହଂକାର ଅଳିକ ମାତ୍ର
ନ୍ୟାୟ ମାନ ସମ୍ମାନ ଯଶ ପୌରୁଷ ଅଛି
ଯେଉଁ ମାନଙ୍କ ପାଖରେ
ପରାନ୍ନ ଭୋଗୀ ତୋଷାମଦକାରୀ ହୁଏନା
କେବେ ସେଇମାନେରେ
ନିଜକୁ ମନରେ ବଡ଼ ବୋଲି ଭାବି ଛାତି
ଫୁଲେଇ ଚାଲିଲେ
ଗର୍ବ ଅହଂକାର ଅଳିକ ମାତ୍ର, ରହେନି
ଆତ୍ମା ଘଟରୁ ଛୁଟିଲେ
ଆତ୍ମା ଘଟରୁ ଛୁଟିଲେ ଦେହ ମିଶି ଯିବ
ଏଇ ମାଟିରେ
ଶାନ୍ତି ପାଇବା, ବାନ୍ଧି ରହିଲେ ସଦା ସର୍ବଦା
ଉତ୍ତମ କାମ ସହିତରେ
ନୀଳକଣ୍ଠ ପରି ବିଷ ପାନ କରି ଅମ୍ବୃତ
ଦେଲେ ଏହ ସମାଜକୁ
ନହୋଇ ଅଥୟ, ସତ୍ କର୍ମ କରିଲେ ହୋଇ
ନିର୍ଭୟ ସମ୍ମାନ ମିଳେ ସେ କାମକୁ
ନଥାଇ ଵିଷାଦ ମନରେ ତିଳେ ସତ୍ୟ ଧର୍ମ
ପଥରେ ଚାଲଇ ଯିଏ
ଇତିହାସରେ କୀର୍ତ୍ତି ସ୍ତମ୍ଭ ପ୍ରାୟେ ସ୍ଵର୍ଣ୍ଣାକ୍ଷରେ
ସଂସାରେ ଶୋଭା ପାଏ
ସ୍ନେହ ଶ୍ରଦ୍ଧା ଥାଇ ଝରାଇଲେ ଲୁହ ଦେଖି
ଦୁଃଖୀ ଜନଙ୍କୁ
ସତ୍ କର୍ମରେ ତ ଅଧିକାର, କଥା ରହିଯିବ
କାଳ କାଳକୁ
ଛାଡି ନିଜ ଘରଦ୍ବାର ପିଲା ପରିବାର, ଶୋଷଣ
ଅତ୍ଯାଚାର ବିରୁଦ୍ଧେ ସଂଗ୍ରାମୀଂକୁ
ଭୁଲିନି କି ଭୁଲି ପାରିବନି ସମାଜ କେବେହେଲେ
ସେହି ମହାନ୍ ପୁରୁଷ ମାନଙ୍କୁ