ଘାସର ଆତ୍ମ ବେଦନା
ଘାସର ଆତ୍ମ ବେଦନା
' ମୁଁ' ଆଉ 'ମୁଁ' ହୋଇ ନାହିଁ,
ଯୁଗ ବଦଳୁଛି,...ଋତୁ ବଦଳୁଛି , ...ମୁଁ ବି ତ ବଦଳିଯାଇଛି ,
ବର୍ଷାର ରିମଝିମ ସୁରରେ , ମୁଁ ଆଉ ନାଚି ପାରୁନି,
ନା, ତା ଗୀତ ସହ ତାଳ ଦେଇ ଗାଇ ପାରୁଛି ,
ସାଧବ ବୋହୂଟି ବି ଆଉ ଆସୁନି,
ମୋହି ନିଏ ପାଖେ ପାଖେ ଥାଇ କେତେ କଥା ହୁଏ ,
ମୋ ଦୁଃଖରେ ସେ ଥିଲା ସମ ଭାଗିନୀ ,
ହେଲେ ତାକୁ ବିବାହ କରି କେଜାଣି କିଏ ଚୋରେଇ ନେଇଛି ।
ଶୀତ ବି ଏବେ ଜରାଜୀର୍ଣ୍ଣ, ଦୁର୍ବଳ ତା କାୟା ,
ମୋତେ ତା ହାତ ଆଉ ସାଉଁଳେଇ ଦେଇ ପାରୁନି,
ତା ହାତ ପରଶେ ମୁଁ ଯେ ଶିହରି ଉଠେ,... ରୋମାଞ୍ଚ ଜାଗେ ମନେ,
ଶିଶିର ର ସ୍ପର୍ଶ ବି ନାହିଁ, ତା ଛୁଆଁରେ ମୁଁ ସବୁଜ ସବୁଜ ହୁଏ,
ନୂଆ ନୂଆ କୋମଳ ଲାଗେ,.....ହେଲେ ଏବେ ଏ କି ରୂପ ମୋର ?
ଧୂଆଁ , ଧୂଳି ର କର୍କଶ ସ୍ପର୍ଶ ରେ, ମୋ କାହା ପାଲଟିଛି,
କୃଷ୍ଣ ବର୍ଣ୍ଣ ର ଅଳସ , ବିଦଗ୍ଧ ତନୁ ,....କିଏ ବା ବୁଝୁଛି? କିଏ ବା ଜାଣୁଛି?
ମୋ ପରି ଏକ କ୍ଷୁଦ୍ର ଘାସର ଦୁଃଖ ?
ଯିଏ ଦିନେ ନିଜ ସବୁଜିମାରେ ଜଗତ ମୋହୁ ଥିଲା ,
ଧାନ ଖେତରେ କାଶତଣ୍ଡୀ ସହ ମିଶି , ଖୁସିର ଗଜଲ ଗାଉଥିଲା ,
ଏବେ ଧାନ ଖେତ ଜଳୁଛି ,ତା ରୂପ ବି ବଦଳୁଛି,
ସେ ବି ଦୁଃଖର ରେ, ଶୋକ ରେ ଆତ୍ମହତ୍ୟା କରୁଛି ,
ଆଉ ମୁଁ ? ?..... ନିଜ ଦୁଃଖର ପୂଜାରୀ ରେ ବନ୍ଦୀ ହୋଇ ସାରିଛି ! !
କଲ୍ୟାଣୀ ନନ୍ଦ, ସମ୍ବଲପୁର ।
