ଗାଆଁ ଠାକୁରାଣୀ
ଗାଆଁ ଠାକୁରାଣୀ
ଗାଁ ଶେଷ ମୁଣ୍ଡେ ଠାକୁରାଣୀ ସ୍ଥାନ
ପୀପଳ ପାଦପ ମୂଳେ
କୁକୁର ଘୁଷୁରୀ ଚରାଭୂଇଁ ଯିଏ
ପୂର୍ଣ୍ଣ ବୁଦା ଗହଳରେ ।
ସେ ଗନ୍ଧିଆ ପାଳ କୋଳରେ ଆସିନା
ଗ୍ରାମ ଦେବତୀ ଭାବରେ
କାହିଁ କେଉଁ କାଳୁ ପୂଜା ପାଆନ୍ତି ଯେ
ମାଘ ଫଗୁଣ ମାସରେ ।
ଠାକୁରାଣୀ ମାଆ ଭାବେ ସୁପ୍ରସିଦ୍ଧ।
ଗ୍ରାମ ଦେବତୀ ସେ ସଦା
ଗ୍ରାମ ହାନି ଲାଭ ସକଳ ବୁଝନ୍ତି
ବର୍ଷକୁ ଖାଆନ୍ତି ବୁଦା ।
ଚୁଡ଼ା ଦୁଧ ଆଉ କଦୀଳ ସହିତ
ଉଖୁଡା ମିଠେଇ ଭୋଗ
ପୂଜା ପାଠ ହେଲେ ମାଆ ପାଇ ଥାନ୍ତି
ଦୂରାଅନ୍ତି ଦୁଃଖ ରୋଗ ।
ତାଙ୍କରି କୃପାରେ ଜନତା ସୁଖରେ
ଗାଁଆରେ ଥାଆନ୍ତି ଚଳି
ରାଗି ଗଲେ ରୋଗ ବାଡି ଓ ମଡକ
ଛାଡ଼ି ଜନେ ଥାନ୍ତି ମାରି ।
ବୁଦା ଖାଇ ମାଆ ପ୍ରତ୍ୟକ୍ଷ ଦେବତା
ଶୁଭ ମାଙ୍ଗଳିକ କ।ମେ
ମାଆଙ୍କ ଆଶିଷ ଲୋଡା ପଡ଼ି ଥାଏ
ପୂଜନ୍ତି କ।ଳିସୀ ମାନେ ।
ଗଛ ମୂଳରେ ସେ ବିଜେ କରି ବର
ଦେଉଥାନ୍ତି ଗ୍ରାମ୍ୟ ଜନେ
ଅତି ଅଲୌକିକ ଅନୁଭୂତି ର ଯେ
ଆଚମ୍ବିତ କରେ ମନେ ।
ତାହାଙ୍କୁ ସୁମରି ଯିଏ ଯାହା କରି
ମିଳନ୍ତି ତାକୁ ତକ୍ଷଣେ
ଅବିଶ୍ୱାସ କଲେ ବହୁ ଦଣ୍ଡ ଦ୍ୟନ୍ତି
ଉଚ୍ଛନ୍ନ ହୁଅଇ ପ୍ରାଣେ ।
ଯିଏ ଯାହା ମାଗେ ଅଚିରେ ସେ ଲଭେ
ଦେବୀଙ୍କ କୃପା ପ୍ରଭାବେ
ବୁଢୀ ମଙ୍ଗଳା ସେ ଅଭୟ ଦାୟିନୀ
ବୁଦା ଖାଇ ମାଆ ଭାବେ ।
ବୁଦା ମୂଳେ ବିଜେ କରି ପୂଜା ପାନ୍ତି
କୁକୁଡ଼ା ଚୋରୀ କରନ୍ତି
ବଳି ନ ଦେଲେ ବି ମନ ହେଲେ ବୁଦା
ଦିନ ବେଳେ ବାଛିଥାନ୍ତି ।
ସେଇ ବୁଦାଟିକୁ ଗୁହାଳ ଭିତରୁ
ରାତିରେ ଫିଟାଇ ନେଇ
ଭୂତ ଡାହାଣୀ ଓ ଚିରିଗୁଣି ମେଳେ
ଖୁସି ମନେ ଥାନ୍ତି ଖାଇ ।

