ଦୀପକୁହେ
ଦୀପକୁହେ
ଦୀପଟିଏ ଜାଳି ଅନ୍ଧାର ନାଶେ
ଫୁଲଟିଏ ଫୁଟି ମୂଳକ ବାସେ।
ପଥ ଟିଏ ପଡି ଫିଟାଏ ବାଟ
ବହି ମାନ ପଢି ହୋଇବା ଚାଟ।
କଥାଟିଏ ଯଦି ମନକୁ ପାଏ
ମଥାଟି ତାହାର ନିକଟେ ଥାଏ।
ଧନିସିଏ ଯିଏ କରଇ ଦାନ
ଜ୍ଞାନି ସିଏ ତାର ନଥାଏ ମାନ।
ପକ୍ଷୀଟିଏ କେବେ ସଂଚେନି ଧନ
ସେବା ଦୟା କ୍ଷମା ରଖିବା ମନ।
ଲୋକଟି କାହାକୁ ସହାରା ହେଲେ
ପିଲା ମାନେ ଘରେ ବୋଲ ମାନିଲେ।
ଭଲ ଲାଗେ ଗୁଣ ରଖିବ ଆସ
ଗଢିବା ଆମକୁ ଆମର ଦେଶ।।
