Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଧର୍ମର ହେଉ ଜୟ ମା'

ଧର୍ମର ହେଉ ଜୟ ମା'

1 min
290



ଦକ୍ଷ ରାଜ ଯଜ୍ଞ ହୋମାନଳେ ଲୀନ,

ପୁଣି ସେହି ହୋମାନଳୁ ତୋର ଜନ୍ମ;

ଅଯୋନି ସମ୍ଭୁତା ଗିରିଜା;

ଦଶ ଭୁଜେ ଦଶ ଆୟୁଧ ଝଲସେ,

ପଦେ ପ୍ରଲମ୍ଵିତ ମହିଷାସୁର ସେ;

ନିପତିତ ଛିନ୍ନ ଧ୍ଵଜା ।।


ତିନିପୁର ଜିଣି ସେ ରାକ୍ଷସ ମଣି,

ଅନେକ ଯାତନା ଭୋଗିଲା ଧରଣୀ;

ଦେବେ କଲେ ତାର ପୁଜା;

ପାଦ ତଳେ ତୋର ଦୀନ ହୀନ ହୋଇ,

ପଡ଼ିଛି କେମିତି ଜଗତ ଦେଖଇ;

ଶ୍ରୀହୀନ ରାକ୍ଷସ ରାଜା ।।


ଧର୍ମର ବିଜୟ ଅଧର୍ମର କ୍ଷୟ,

ପୂଣ୍ୟର ଅକ୍ଷୟ ଧରମର ଜୟ;

ଶାରଦୀୟ ସାଜ ସଜା;

ଆସ ଭଗବତୀ ବିଶ୍ଵ ପ୍ରିୟା ପ୍ରୀତି,

ଗଢିଉଠୁ ଦେବୀ ପାଇ ତୋ ଶକତି;

ବାଜା ମହୁରୀଆ ବଜା ।।


ରାକ୍ଷସର ମାୟା ରାକ୍ଷସ ଶକତି,

ଲୀନ ହେଲା କ୍ଷଣେ ଅଶୁଭ ବିପତ୍ତି;

ଉଡିଲା ତୋ ରଙ୍ଗ ଧ୍ଵଜା;

କ୍ଷମାମୟୀ ମହାଶକ୍ତି ସ୍ଵରୂପିଣୀ,

ଦଶ ମହାବିଦ୍ୟା ତୁ ଏକା ଜନନୀ;

ପାଦପଦ୍ମେ କରେ ପୁଜା ।।


ଯେତେ ତୋ ବର୍ଣ୍ଣନା କରିଲେ “ମାନେନା,-

ମନ” ମହାଦେବୀ କୈଳାସ ମଣ୍ଡନା;

ଆକୁଳେ ଡାକେ ବିରଜା;

ପ୍ରଫୁଲ୍ଲ ଫୁଲରେ ଗଢି ସିଂହାସନ 

ହୃଦୟ ବେଦୀରେ ହୁଅ ମା ଆସିନ

ବାଜିଉଠେ ବୀର ବାଜା ।।


Rate this content
Log in

Similar oriya poem from Thriller