STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ମତେ କଣ ଦେବ

ମତେ କଣ ଦେବ

1 min
164


ମୋ ପାଖେ ଯାହା ଅଛି ମୋର ହୋଇ

ଟିକେ ହସ ଟିକେ ଲୁହ

ଟୋପେ ଫଗୁଣ ଅଳ୍ପ ଶ୍ରାବଣ

ମୁଁ ଯଦି ଦେଇଦିଏ ତୁମକୁ

ତୁଳସୀ ଟିକିଏ ଦେବ କି କୁହନା

ମୋ ପାଖେ ଥିବା ମନଫୁଲ ହୃଦୟ ଫଳ

ମୋର ହୋଇ ଥିବା ରାଗ ରୁଷା ବେଳ

ଦଦରା ସୁଖ ଭାରି ବୋଝ

ତତଲା ନିଶ୍ୱାସ ଯେତେ ଅସହଜ

ମୁଁ ଯଦି ଦେଇଦିଏ ତୁମକୁ

ମତେ ଦୟଣା କସ୍ତୁରୀ ଦେବକି ପ୍ରଭୁ କୁହନା

ମୋ ପାଖେ ଥିବା ଯାହା ସବୁ ମୋର

 ମୁଁ ତୁମକୁ ଦଉଛି ଜ୍ଞାନ

କିଛି ପାପ ଓ କିଛି ମିଛ ପୁଣ୍ୟ

କିଛି ବିଶ୍ୱାସ ଓ କିଛି ଅବିଶ୍ୱାସ

କିଛି ଆୟୁଷ କିଛି ଅଣଚାଶ

ତୁମେ ବଦଳରେ ଚନ୍ଦନ ଟିକେ ଦେବନା

ମୋ ପାଖରେ ଅଛି ପୁଣ୍ୟ କଳସ

ମୋ ପାଖେ ଅଛି ଶକ୍ତି ସାମର୍ଥ୍ୟ ସାହାସ

ମୁଁ ପଢେ ଗୀତା ଭାଗବତ

କହେ ରାମନାମ ଯାହା ଶିବ ସୁନ୍ଦର ସତ୍ୟ

ଏତେ ସବୁ ଦେଇଦେବି

ମତେ କୈବଲ୍ୟ ମୁଠେ ନିର୍ମାଲ୍ୟ ଟିକେ

ଦେବକି ନା ପ୍ରଭୁ ଥରେ କୁହନା

ତୁମେ ସବୁ ଦେଇଛ ମୋର ନୁହେଁ କହୁଛ

ହେଲେ ମୋ ବିଶ୍ୱାସ ଭକ୍ତି

ମୋ ସାରସତ୍ତ୍ୱ ନିଶ୍ୱାସର ଶକ୍ତି

ମୋ ଭାବ ଓ ପ୍ରଣାମୀ ଓ ଶାନ୍ତି

ଏସବୁ କଣ ତୁମ ଦାନ

ତେବେ ମୁଁ କଣ ଦେବି କୁହ ମହାନ

ମାଗୁଛ କି ମୋ ହସ ଲୁହ ଦୁଃଖ

ହୁଅନା ପ୍ରଭୁ ରୁକ୍ଷ

ସେସବୁ ଦେଇଦେଲେ ବଞ୍ଚିବି କେମିତି

ଲୁହ ପିଇ ଲହୁ ବୁହାଇ ପାଏ ପା ଶକତି

ଏସବୁ ଯଦି ତୁମ ଦାନ

ନେଇଯାଅ ମତେ ଓ ମୋ ଶରୀର

ମୋ ଆତ୍ମା ଯାହା ଏକାନ୍ତ ତୁମର

ତଥାପି ଦେବ ନିର୍ମାଲ୍ୟ ଟୋପେ

ଏତେ ଜପ ତପ ହବ ଅକାରଣ ଚାପେ

ତୁମକୁ ଲାଗିବ କାଳେ ପାପ

ବରଂ ମୁକ୍ତି ନେଉ ତଵ ଚରଣେ ଏ ନିଷ୍ପାପ ।


Rate this content
Log in

Similar oriya poem from Action