Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଧନ୍ୟହେଲା ଏ ଜୀବନ

ଧନ୍ୟହେଲା ଏ ଜୀବନ

1 min
8



ମେଘରେ ବିଜୁଳି ଯେହ୍ନେ ପୁଲକ ସଞ୍ଚାରେ

କୃଷ୍ଣ କଳାମେଘ ରାଧା ସୁବର୍ଣ୍ଣ ରଙ୍ଗରେ

ବିଭାସିତ ହୁଏ ଏକେ ଅଭିନ୍ନ‌ ରୂପରେ

ଅବର୍ଣ୍ଣନୀୟ ସେ ରୂପ କବି କଲମରେ ।


ବାର-ବେନି-ପୁର-ସାର ପୁଂସ କୃଷ୍ଣଚନ୍ଦ୍ର

ରଧାରାଣୀ ଶକ୍ତି ସ୍ଵରୂପିଣୀ ପ୍ରାଣ କେନ୍ଦ୍ର

ଦୁଇ ପ୍ରାଣ ଏକ ମନ ଏକଇ ଶରୀର

ସ୍ଵର୍ଗୀୟ ପ୍ରେମର ଉତ୍ସ ନାହିଁ ପଟାନ୍ତର ।


ମରକତ ମଣି ସ୍ତମ୍ଭେ ସୁବର୍ଣ୍ଣ ମଞ୍ଜରୀ 

ସମ ରାଧା କୃଷ୍ଣ ଶୋଭା ମନ ମୁଗ୍ଧକାରି

ଅପୂର୍ବ ରୂପେ ତଲ୍ଲୀନ ହୁଅଇ ଧରିତ୍ରୀ 

ପ୍ରକୃତି ପୁରୁଷ ଏକାକାର ହୋଇଛନ୍ତି ।


ଧନ୍ୟ ହୋଇଲା ଜୀବନ ଏରୂପ ଦର୍ଶନେ

ବାନ୍ଧିରଖ ଏ ଜୀବନ ତୋ ଛନ୍ଦା ଚରଣେ ।



Rate this content
Log in

Similar oriya poem from Abstract