କେମିତି କହିବି
କେମିତି କହିବି
କହିବାକୁ ଲାଜ ଲାଗେ ପଚାରନି ମାଆ ମାଟି କଥା ଆଉ
ନିଆଁ ଜାଳେ ପ୍ରତାରକ ସୁଖ ଶାନ୍ତି ଭାବିବାଟା ବୃଥା ଥାଉ
“ବିଷାକ୍ତ ହେଉଛି ମନ କର୍ଦ୍ଦମାକ୍ତ ଆବିଳ ସଂସାର ଭିତରେ
“ବଞ୍ଚିବା ଟା ଦୁର୍ବିସହ” “ଅବିଶ୍ବାସ ଅଙ୍କୁରେ ମଣିଷ ମନରେ” ।।
ମିଛ ପ୍ରତାରଣା ଛଳରେ ଜୀବନ ସତ୍ୟ ପଥ ଯାଏ ଭୁଲି
ବିବେକ ବିହୀନ ସମାଜ ଭିତରେ କହି କେତେ ଗପ ଗୁଲି
ଅରମା ପଥର ବାଟୋଇ ସଜାଇ ତ୍ରୀତଳ ପ୍ରାସାଦେ ବସି
ପ୍ରଗତିର ସ୍ଵପ୍ନ ଦେଖୁଛି ଦୁର୍ବୁତ୍ତ ବାଣ୍ଟିଣ କ୍ଷଣିକ ଖୁସି ।।
ଶିକ୍ଷା ସ୍ବାସ୍ଥ୍ୟ ମୃତ୍ୟୁ ଶଯ୍ୟାରେ ଶାୟିତ ଅସନ୍ତୁଳ ପରିବେଶ
ନିଜ ନିଜ ମଧ୍ୟେ ଲଢେଇ ଲାଗୁଛି ଅସହିଷ୍ଣୁତାର ବିଷ
ବିଗିଡି ଯାଉଛି ସଜଡା ମାଟିର ଗରବ ଗୌରବ ଗାଥା
ଧୃତ ଶୃଗାଳ ର ଚତୁର ମାୟାରେ ଅପସୃତ “ବିଦ୍ ବତ୍ତା” ।।
କାହାକୁ କହିବି କେମିତି କହିବି ନପଚାର ଆଉ ଥାଉ
ଦେଖ ମୋ ମାଆର ଆକ୍ଷିରୁ ଝରଇ ଲୁହ ବଦଳରେ ଲହୁ ।।