Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

4  

Prafulla Chandra Mishra

Romance

ମୋ ପ୍ରିୟା ଆସୁଛି

ମୋ ପ୍ରିୟା ଆସୁଛି

1 min
8



ମୋ ପ୍ରିୟା ଆସୁଛି ଉଡନ୍ତା ଥାଳିରେ

ଗୋରା ହାତ ଛିଟା ମେହେନ୍ଦି ରଙ୍ଗରେ

ଫୁଲ ବରଷୁଛି 

              ବାସ ଚହଟୁଛି

ମୋ ପ୍ରିୟା ବଧୂଲୀ ଓଠରେ, ସଖିରେ 

ଚନ୍ଦ୍ରିକା ଅଞ୍ଚଳ ଉଢାଳେ,

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ ।


ସବୁଜ ରଙ୍ଗର ପାଟ ଓଢଣିରେ

ଶଶୀ ମୁଖୀ ହସୁ କଉମୁଦୀ ଝରେ

କୁସୁମ ଫୁଟିଛି

            ଭ୍ରମର ଉଡୁଛି

ଗାଇ ଗୁଣୁଗୁଣୁ ସ୍ଵରରେ, ସଖିରେ

ବସିବ ପ୍ରଣୟ ବେଦୀରେ, 

ମୋ ପ୍ରୀୟା ଆସୁଛି ଦେଖରେ, ସଖିରେ ।


ଧବଳ ସ୍ଫଟିକ ଫେନିଳ ସୁନୀଳ

ଝରଣା ର ଝର କୁଳୁକୁଳୁ ସ୍ଵର

ପଞ୍ଚମ ତାନରେ

          କୋଇଲି ଗୀତରେ

ପ୍ରିୟାକୁ ସ୍ଵାଗତ କରେ ରେ, ସଖିରେ

ଚାରୁ ଚନ୍ଦ୍ର ଦୀପ ଜଳେରେ, 

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ. ‌।


ପ୍ରଜାପତି ଡେଣା ପ୍ରାୟ ଚିତ୍ର ଲେଖା 

କପୋଳେ ଚିତ୍ରିତ କସ୍ତୁରୀର ରେଖା

ଆଲୁଳିତ କେଶ

              କରଇ ବିବଶ

ସଜାଇଛି ଫୁଲଶର ରେ, ସଖିରେ

ଆସିବ ମୋ ପ୍ରେମ କୁଟୀରେ,

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ ।


କାନଫୁଲ ଝରା ମଦନର ରଥ

ଚକ ଦ୍ଵୟ ସମ ହୁଅଇ ପ୍ରତୀତ

ମୋହନ ମନ୍ତର

           ପ୍ରେମ ପାରାବାର

ଛବି ପରି ସିଏ ଦିଶେ ରେ, ସଖିରେ 

ଉଛନ୍ନ ସେ ପ୍ରେମ ବିହ୍ଵଳେ, 

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ ।


ହିମାନୀ ମୁକୁତା ହାର ତାର ଗଳେ

ଛୁଇଁ ଝୁଲୁଅଛି ଉରୁ କୁଚାଗ୍ରରେ

ସତେ କି ଚନ୍ଦ୍ରମା

             ଅପରୂପ ସୁନା

ପାଉଁଜୀ ତା ରୂପା ପାଦରେ, ସଖିରେ

 ଆସେ ହିରଣ୍ମୟ ରଥରେ

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ ।


ରସମୟ ଭାବ ସମ୍ପନ୍ନ ଭଙ୍ଗୀରେ

ଶୋଭା ମନୋହର ପ୍ରଣୟ ଛନ୍ଦରେ

ଅନଙ୍ଗ ଫୁଲର

      ସେକି ଧନୁ ତୀର

ବିବଶ କରି ୟେ ପ୍ରକାରେ, ସଖିରେ

ମୋ ପ୍ରିୟା ଆସଇ ଆତୁରେ,

ମୋ ପ୍ରିୟା ଆସୁଛି ଦେଖରେ, ସଖିରେ ।



Rate this content
Log in

Similar oriya poem from Romance