ଲଣ୍ଠନ
ଲଣ୍ଠନ
ଲଣ୍ଠନ ତୁମେ ଦିନେ,
ସାଥି ହୋଇଥିଲ ମୋ ପଲ୍ଲୀ ଗାଆଁ ରେ
ରାତ୍ରିର ଅନ୍ଧାର ଜାମେ;
ନଥିଲା ବିଜୁଳି ବତୀ,
ତୁମକୁ ନେଇ ମୋ ପାଠପଢା ଠାରୁ
ସବୁ ରାତିର ତ ସାଥି;
ତୁମରି ଆଲୋକ ରେଖା,
ଅନ୍ଧାର ଭାଙ୍ଗି ଆଲୋକ ପ୍ରଦାନେ
ଥିଲ ସଭିଙ୍କର ସଖା;
ଧନୀକ ଗରିବ ଘରେ,
ସଞ୍ଜ ହେଉ ହେଉ କିରୋସିନି ପିଇ
ଆଲୋକ ଯେ ଦେଇପାରେ;
ସେଇ ଲଣ୍ଠନ ତୁମେ,
ଭୁଲିଛି ସିନା ଏ ସମାଜ ତୁମକୁ
ତୁମେ ରହିଛ ମୋ ମନେ;
ସାଇତି କରି ତୁମକୁ,
ରଖିଛି ରଖିବି ସବୁଦିନ ମୋର
ଟିକି ସଂଗ୍ରହାଳୟକୁ;
ଭାବୁଛି ଆସିବ ଦିନେ
ପୁ’ଣିଥରେ ଲୋଡା ହୋଇବ ତୁମର
ପୁ’ଣି ପଡିବ ମନେ ।