Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରେମ ଏମିତି

ପ୍ରେମ ଏମିତି

1 min
10



ପ୍ରେମ ଏକ ଅଫୁରନ୍ତ ଉତ୍ସ

ପ୍ରେମ ଅଟେ ବିକଚିତ ସୁଗନ୍ଧିତ ପୁଷ୍ପ ।


ପ୍ରେମ ଅନ୍ଧାର ରାତିର ଜହ୍ନ,

ପ୍ରେମ ଏକ ନିଦାଘର ଘର୍ମାକ୍ତ ମଧ୍ୟାହ୍ନ,

ପ୍ରେମ ପୁଣି ସ୍ରୋତସ୍ଵିନୀ ପାହାଡି ଝରଣା,

ପ୍ରେମ ଅଟେ ଶୀତ ରାତି ଅବୁଝା ବେଦନା ।


ପ୍ରେମ ବିଷ,

ପ୍ରେମ ପୀୟୁଷ ।


ପ୍ରେମ ଦେବତାର ଆଶୀର୍ବାଦ,

ପ୍ରେମ ଜୀବନର ମଧୁମୟ ଛନ୍ଦ;

ପ୍ରେମ ଜୀବନର ଅଶା,

ପ୍ରେମ ମୃତ୍ୟୁର କବିତା ।


ପ୍ରେମ ନିର୍ବାକ,

ପ୍ରେମ ବାଚାଳ ।

ପ୍ରେମ ମୁକ, 

ପ୍ରେମ ପ୍ରଗଳ୍-ଭ (ପ୍ରଗଳ୍ଭ) ।


ପ୍ରେମ ଏକ ମୃଦୁ ଯନ୍ତ୍ରଣା,

ପ୍ରେମ ଜୀବନର ସୁଖଦ ପ୍ରେରଣା;

ପ୍ରେମ ପୁଣି ଆକାଶର ତାରା ଫୁଲ

ପ୍ରେମ ମନର ଅଭିନ୍ନ ଇନ୍ଦ୍ରଜାଲ ।


ପ୍ରେମ ଅନ୍ଧ,

ପ୍ରେମ ଚକ୍ଷୁଷ୍ମାନ;

ପ୍ରେମ ଏକ ଆବେଗ ଭରା ସଂପର୍କ

ପ୍ରେମ ନିସ୍ଵାର୍ଥ ସମର୍ପଣ ।


ପ୍ରେମ ନିୟନ୍ତ୍ରଣ ବିହୀନ ଅଗ୍ନି ଶିଖା

ଯାହାକୁ ଲଗାଇ ହୁଏନି

ଲାଗିଲେ ଲିଭାଇ ହୁଏନି ।।



Rate this content
Log in

Similar oriya poem from Romance