ଅମୃତ ହେଉ ପୃଥ୍ବୀ
ଅମୃତ ହେଉ ପୃଥ୍ବୀ
ସଫଳ ହେଉ ମୋର ଅଭିଳାଷ,
ଜ୍ଞାନ ସୂର୍ଯ୍ୟ ରଶ୍ମି ରମ୍ୟ ବିଳାସ,
ଖୁସିର ସୁରଭି ହେଉ ପ୍ରକାଶ,
ସୁଖ ଶାନ୍ତି ବୃନ୍ତେ “ପୁଷ୍ପ ଉନ୍ମେଷ;
ମହୀ ହେଉ ସୁରଭିତ,
ହେଉ ହେ ଉଦ୍ରେକ ଜୀବ ଜଗତରେ
ଜ୍ଞାନ ବିଭା ବିକଶିତ ।
କର୍ମମୟ ହେଉ ସବୁ ଜୀବନ,
ଦେଖିବାକୁ ସଫଳତା ସପନ,
ଦୂର ହେଉ ଦୁଃଖ ଯାତନା ଦୈନ୍ୟ,
ସ୍ବାବଲମ୍ବୀ ହେଊ ପ୍ରତିଟି ପ୍ରାଣ;
ଚୋର ତସ୍କର ଖେଟ,
ସମାନ ଦୁର୍ନାମ ଅଘୋଷିତ ପ୍ରାଣ
ସଭେଁ ହେଉ ଅଭିଳାଷ ।
ସତ୍ୟ ରେ ଜୀବନ ହେଉ ପାବନ,
ସ୍ନହ ପ୍ରେମ ଶ୍ରୋତେ ମନ ତଲ୍ଲୀନ,
ସଭିଏଁ ଏକତ୍ର ଭାବେ ସଂଗ୍ରାମ,
କରି ସଂକଟ ଗୋ ହେଉ ମୋଚନ;
ସବୁ ହାତେ ହାତ ଧରି,
ଚାଲିବାର ସୁତ୍ର ସଭେଁ ପରାପତ
ଦୁର୍ଦ୍ଦିନ ଯାଉ ଟଳି ।
ଉଚ ନୀଚ ଭେଦ ଦୂରକୁ ଠେଲି,
ହେୟ ମନୋଭାବ ଦେଇ ହେ ଦଳି,
ଫୁଟୁ ପୂଣ୍ୟ ପୁଷ୍ପ ଭଳିକି ଭଳି,
ସୀମାନ୍ତ ଘାଟିରେ ସୁରକ୍ଷା ବାରି;
ଉଛ୍ଵଳ ସଂଗୀତ ନାଦେ,
ପ୍ରବାହିତ ହେଉ ଗୋଟିଏ ଶଦ୍ଦେ
ବନ୍ଦେ ଭାରତ ବନ୍ଦେ ।
ମହାନ୍ ହେବାର ଦିବା ସପନ,
ଦେଖିବା ଭାବନା ବ୍ୟର୍ଥ ଜୀବନ,
ଏଇ ମନୋଭାବ କରି ପୋଷଣ,
ଭାରତ ମାତାର ମୁଉଁ ସନ୍ତାନ;
ସେବା ବ୍ରତେ ହୋଇ ବ୍ରତି,
ଛାର ନର ଜନ୍ମ ସାର୍ଥକ ହେଉ
ଅମୃତ ହେଉ ପୃଥ୍ବୀ ।