ଛତ୍ରପତି ଶିବାଜୀ
ଛତ୍ରପତି ଶିବାଜୀ
ମରହଟ୍ଟା ରାଜା ବୀର ଛତ୍ରପତି
ଭୋଁସଲା ବଂଶର ଦାୟାଦ,
ସାହାଜୀ ଙ୍କ ପୁତ୍ର ଜିଜାବାଈ କୋଳେ
ଜନ୍ମ ଲଭିଲେ ଏ ଶାସକ;
ଶିବନର ଗିରି ଦୁର୍ଗରେ,
ବାଲ୍ୟ ଜୀବନ ତ କଟିଲା ମାଆଙ୍କ
ଶିକ୍ଷା ଓ ସହାନୁଭୁତିରେ ।।
ଯୌବନେ ସଶସ୍ତ୍ର ସମର ବିଦ୍ୟାରେ
ଅଶ୍ଵ ଚାଳନାରେ ଉତ୍କୃଷ୍ଟ,
ହୋଇ ଉଠିଥିଲେ ଏହି ଯୋଗଜନ୍ମା
ସେ ମରହଟ୍ଟା ବୀର ଶ୍ରେଷ୍ଠ;
ଜନ୍ମଭୂମି ର ମହତ,
ବିଦେଶୀ ମୋଗଲ କବଳରୁ ମୁକ୍ତ
କରିବାର ବଜ୍ର ଶପଥ ।।
ମାଓୟାଲି ଜାତି ଅନୁନ୍ନତ କୃଷି
ଇଲାକା ରେ ସୈନ୍ୟ ବାହିନୀ,
ଗଢିଦେଲେ ବୀର ଦୁ଼ର୍ଦ୍ଧର୍ଷ ଏକ
ଅଶ୍ଵାରୋହୀ ବର୍ଗୀ ସଇନି;
ମରାଠା କରିଲେ ମୁକ୍ତ,
ଗୋ ବ୍ରାହ୍ମଣ ରକ୍ଷା କରି ରକ୍ଷା କଲେ
ଭାରତ ବର୍ଷର ହିନ୍ଦୁତ୍ୱ ।।
ମୋଗଲ ସମ୍ରାଟ ଔରଙ୍ଗଜେବ
ବନ୍ଦିକଲା କରି ଶଠତା,
ଶଠେ ଶାଠ୍ୟଂ ସମାଚରେତ୍ ପୂର୍ବକ
ସୁପରିକଳ୍ପିତ ବନ୍ଧୁତା;
କରି ମିଠା ଟୋକେଇରେ,
ପୁତ୍ର ସହ ନିଜେ ମୁକ୍ତିଲାଭ କଲେ
ବିଚକ୍ଷଣ ବୁଦ୍ଧି ବଳରେ ।।
ଶେଷେରେ ସ୍ଵାଧୀନ ତାଞ୍ଜୋରର ରାଜା
ହୋଇ ଛତ୍ରପତି ଉପାଧି,
ଭୂଷଣେ ଭୂଷିତେ ସ୍ଵାର୍ଣ୍ଣାକ୍ଷରେ ନାମ
ଗଲେ ଏହି ବୀର ଶିବାଜୀ;
ତେପନ ବର୍ଷ ଆୟୁଷ,
ଯୁଗ ଯୁଗ ପାଇଁ ନାମ ରଖିଗଲେ
ଏହି ବୀର ମହାପୁରୁଷ ।।
ଦିକ୍ଷା ଗୁରୁ ରାମ ଦାସ ଙ୍କ ଆଦର୍ଶ
ବିପଦେ ଦେଇଛି ସାହସ,
ପ୍ରଜାରଞ୍ଜନ ସେ ଶିବ ଅବତାର
ପୁଣ୍ୟାତ୍ମା ମର୍ଯ୍ୟାଦା ପୁରୁଷ;
ଅଭିନବ ବାଡବାଗ୍ନି,
“ଯାହା ଧାସେ ଧ୍ଵଂସ ମୋଗଲ ସାମ୍ରାଜ୍ୟ”
(ସେ) ଅଲିଭା ଜ୍ଵଳନ୍ତ ବହ୍ନି ।