Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

4  

Prafulla Chandra Mishra

Romance

ମନ କିଆଁ ଆନମନା

ମନ କିଆଁ ଆନମନା

1 min
13



ଶୀତ ରାତି ମିଠା ମୁଠାଏ ସପନ

ଉଆଁସୀ ଜହ୍ନର ହସ

କୁମୁଦିନୀ ଝଳେ ଜଳେ ଢଳି ଢଳି

ବିତରି ମଧୁ ସୁବାସ ।


ଅନୁରକ୍ତ ଜହ୍ନ ପ୍ରିତୀ ମହକରେ

ଉଲ୍ଲସିତ ହୁଏ ମନ

ଅପାସୋରା ତୁମ ଅଭୁଲା ଚାନ୍ଦିନୀ

ରାକା ରାତି ରମ୍ୟ ପ୍ରେମ ।


ମହକ ମାଧୁରୀ ଅପରୂପା ସହୀ

ପ୍ରିତୀ ର ରଜନୀଗନ୍ଧା

ଯାମିନୀ ସଜନୀ ତୋ ପ୍ରଣୟ ଫାନ୍ଦେ

ପଡିଅଛି ହୋଇ ବନ୍ଧା ।


ଦୁରୁହ ସଂଗୀତ ସତେ ଆରେ ମିତ

ଗାଇବା ସହଜ ନୁହେଁ

ତୋ ପ୍ରେମ ଜାଲରେ ଛଟପଟ ହୁଏ

ଆୟୁ ସରିସରି ଯାଏ ।


କି ମୋହିନୀ ମନ୍ତ୍ର ଜାଣିଛ ସଜନୀ

ହୃଦୟ ବେଦୀ ରେ ବସି

ଯେତେ ମୁଁ ଭୁଲୁଛି ତହୁଁ ବଳି ମନେ

କ୍ଷଣେ କ୍ଷଣେ ଉଠ ଭାସି ।


କୁଆଁରୀ କାମାକ୍ଷା ରାଇଜର “ରତୀ- 

ରାଣୀ” ଆଗୋ ରଙ୍ଗବତୀ

ପଲକେ ପଲକେ ତୁମ ଚିତ୍ରପଟ

ଭାବନାରେ ହରେ ମତି ।


ରଜତ ଜୋଛନା ଛଇଳୀ ମାୟାର

ମାୟାବିନୀ ପ୍ରେମେ ରାତି

ଅଭୁଲା ମନର ଭାବକୁ ବଖାଣି

ଆନମନା କରେ ପ୍ରୀତି ।



Rate this content
Log in

Similar oriya poem from Romance