ଶ୍ରାବଣ ବରଷାରେ ମୋ ଗାଥା
ଶ୍ରାବଣ ବରଷାରେ ମୋ ଗାଥା
ମନେ ବିଛାଡି ହୋଇ ପଡେ ଅଜସ୍ର ସ୍ମୃତିର
ସହଜ ନୂହେଁ ସବୁକୁ ଗଣିବା ସଂଖ୍ୟା ତାର ।
ସାଉଁଟିଛି ମୁଁ ସେ ସବୁକୁ ଅତୀବ ଯତ୍ନରେ
ଲେଖି ରଖୁଛି ସେ ସବୁକୁ କବିତା ପୃଷ୍ଠାରେ ।
ମଶାଣିର ଫୁଲରେ ଭଗ୍ନ କୋଣାର୍କର କଥା
ସେପରି କଳା ଚାତୁରୀ ନାହିଁ ଲେଖିବି ଗାଥା ।
ଛୋଟ ମୋର ସେଇ ଗାଁ, ବାଜି ରାଉତର ଗାଥା
ଫୁଟାଇ ପାରୁନି କଲମ ମୁନରେ ସେପରି ବ୍ୟଥା ।
ଦେଖିଛି ଶ୍ରାବଣରେ କେତେ ବରଷା ଝରିଛି
ଓଦା ହୋଇ ସେଇ ବର୍ଷାରେ କେତେ ନାଚିଛି ।
ଝିପି ଝିପି ବରଷାରେ ଭିଜି ହେଉଥିଲି ଖୋଜି
ଆଜି ସେ ସ୍ମୃତିକୁ ମୋ ମରମେ ହେଉଛି ହେଜି ।
ଆଗମନେ ଚତୁର୍ଦିଗେ ବାଜଇ ବାଜା ଘଡଘଡିର
ରାସ୍ତାରେ ବିଞ୍ଚି ପଡେ ମାଳା ବିଜୁଳି ଆଲୋକର ।
ଗାଁ ମଝି ବଉଳ ଗଛ ମୂଳେ ମୁଁ, ତୁମେ ବସିଥାଏ
କାଲି ରହିବି କି ନାହିଁ, ମନଭରି ତୁମକୁ ଦେଖୁଥାଏ
ଝଡ଼ ପବନରେ ଦେଖି ସେହି ହସିବା ତୁମର ଓଠକୁ
ଭାବୁଥାଏ ସାଥି ରହିବ କି ନାହିଁ ସବୁ ସୁଖ ଦୁଃଖକୁ
ଚାନ୍ଦ ହବା ପାଇଁ ପଚାରେ ଯେବେ ହୁଅନି ରାଜି
ମନର କଥାକୁ ଅକୁହା ରଖି, କି କୁହ ପାରୁନ ବୁଝି
ଠାରରେ କୁହ କିନ୍ତୁ ସିଧା ପଚାରିଲେ ନିରବ ରୁହ
ଛେପ ଢୋକି ଶଦ୍ଦ ବୋଲି ଘୋଡାଅ ଅଧାଟା ମୁହଁ
ବରଷା କାରଣ, ଦେଖ ଦେହରେ ଆସୁଛି ଶିହରଣ
ସ୍ମୃତିରେ ବଞ୍ଚିଛ, ସପନେ ଅଛ ଖୋଜି ପାଉନି ଜାଣ
ମନେ ପଡେ ଆଜି ନିବିଡ଼ତାର ସେହି ଅଭୂଲା ସ୍ୱର
ଆଖିରୁ ବହୁଛି ଲୁହ, ଦୁଃଖ ଖେଳୁଛି ବି ମନ ମଧ୍ୟର