STORYMIRROR

ତାରାପ୍ରସାଦ ଜେନା

Comedy

4  

ତାରାପ୍ରସାଦ ଜେନା

Comedy

ଚନ୍ଦର ହେଇନ ହେଲେ

ଚନ୍ଦର ହେଇନ ହେଲେ

1 min
298


ଚନ୍ଦର ହେଇନ ହେଲେ ବାନ୍ଦର ଦିଶୁଚ

ଥେଣ୍ଟିଆ ହୋଇନ ହେଲେ ତଣ୍ଟିଆ ଖାଉଚ।।୦।।

                  ହେ ପ୍ରଭୁ ଚମତ୍କାର


ଚନ୍ଦର ହେଇନ ହେଲେ ବାନ୍ଦର ଦିଶୁଚ

ଥେଣ୍ଟିଆ ହୋଇନ ହେଲେ ତଣ୍ଟିଆ ଖାଉଚ,

ସବୁ ବୋବାଲରୁ କାଢୁଆ

ଉଠାଇଲେ ହେଲା ଅଡୁଆ

ମଥା ତଳ କର ଭାଡୁଆ ହେ

ଫଟ୍ କିନା ଝଟ୍ କରି ତମେ ଗୋଡ଼କୁ ଆଉଚ

ଚନ୍ଦର ହେଇନ ହେଲେ ବାନ୍ଦର ଦିଶୁଚ।। ୧ ।।

                  ହେ ପ୍ରଭୁ ଚମତ୍କାର


ମୁଁ ଲେଖେ ଓଡ଼ିଆ ଲେଖା ତମେ ଟିକେ ନିଆରା

ତମେ ଭୁଲି ଓଡ଼ିଆ ଲେଖା ସଂସ୍କୃତକୁ ବାଆଁରା,

ମୁଁ ଚାଲେ ଆଗେ ଆଗେ

ତମେ ପଛେ ଧକାଅ

ତମ ହସ ବିଷ ଲାଗେ 

ମୋର ହସ ଆଲୁଅ,

ତମେ ମୂଲାଉଛ ବୋଲୁଅ

ପ୍ରକୃତରେ ବଣ ଓଲୁଅ

ରୋମାନ୍ସ ଭଲା ଚାନ୍ସ ଖୋଜି ନିନ୍ଦାକୁ ପାଉଚ

ଚନ୍ଦର ହେଇନ ହେଲେ ବାନ୍ଦର ଦିଶୁଚ।। ୨ ।।

                  ହେ ପ୍ରଭୁ ଚମତ୍କାର


ଧଳା ଧଳା ଚୁଟିକୁ

କଳା କଳା ଲଗାଅ

କ୍ରିମ୍ ମାରି ମୁହଁ ସାରା

ଗଜାଟୋକା ବାଗାଅ,

ଧିକ୍ ଧିକ୍ ଜୀବନଟା ଚୋପାଛଡ଼ା ମଣିଷ

କାହାଣୀଟା ଜଳୁନାହିଁ ତୁଛା ଖାଲି ପାଉଁଶ,

ଷ୍ଟାଇଲରେ ବାସୁଚ

ସାହିତ୍ୟକୁ ଖାଲି ନାଶୁଚ

ପାର୍ଟ୍ କରି ସାର୍ଟ ଝାଡ଼ି କବିତା ଗାଉଚ

ଚନ୍ଦର ହେଇନ ହେଲେ ବାନ୍ଦର ଦିଶୁଚ।। ୩ ।।

                  ହେ ପ୍ରଭୁ ଚମତ୍କାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy