ଚିଲିକା ନୌଯାତ୍ରା
ଚିଲିକା ନୌଯାତ୍ରା
ପ୍ରକୃତି ସୌନ୍ଦର୍ଯ୍ୟ ପଟାନ୍ତର ନାହିଁ,
ଯେତେ ଦେଖୁଥିବ ନୂତନ ଦିଶଇ |
ଏଭଳି ରମ୍ୟ ରଚନାକୁ ପଢି,
ଚିଲିକା ଦର୍ଶନେ ମନ ଗଲାବଳି |
ସାଙ୍ଗସାଥି ସହ ସାଗର କୂଳରେ,
ଯାଇ ବସିଗଲୁ ବରକୁଳ ତଳରେ |
ଉପକୂଳ ଦୃଶ୍ୟ ଯେତେ ମନ ମୋହେ,
ନୀଳ ବିଚି ଜଳ ତରଙ୍ଗ ପ୍ରବାହେ |
ନାଉରୀ ଓ କାତ, ମୋଟରଚଲା ବୋଟ,
ଦେଖି ମନ ମୋର ଅଧୀର ଛଟପଟ |
ଅତି ଶୀଘ୍ର ଯାଇ ନାବେ ପାଦଦେଇ,
ପୂଜଦ୍ରବ୍ୟ ନେଇ ବାହାରିଲୁ କାଳୀଜାଈ |
ପ୍ରଥମ ଥର ଏ ନାଵ ବସା ଠାବ,
ନାଉରିଆ ଭାଇ ବୁଲାଇଲା ମଙ୍ଗ |
ପ୍ରଥମେ ପ୍ରଥମେ ଲାଗୁଥିଲା ଭୟ,
ଜଳ ଅଗଭୀରେ ଲାଗିଗଲା ଲୟ |
ସୁଁ ସୁଁ ଶବ୍ଦେ ତରଙ୍ଗ ସାଥିରେ,
ତରଣୀ ଯେ ବହି ଯାଏ ସୁଗତିରେ |
ନୀଳ ବାରିଧାରା ମନ ମୋହିନିଏ,
ଭାଲେରୀ ପାହାଡ଼ ଦୂରୁ ଦିଶୁଥାଏ |
ପରଦା ସମ ନୀଳ ଜଲରାଶି,
ସତେକି ବ୍ୟୋମରେ ଯାଇଅଛି ମିଶି |
ଚଢେଇଙ୍କ ଧାଡ଼ି ଉଡ଼ା ଆକାଶରେ,
କବିତାର ଚିତ୍ର ଅଙ୍କଇ ମନରେ |
ଚଢେଇଗୁହା ପାହାଡ଼ ମନୋରମ,
ସାଗର ଭିତରେ ସତେକି ସୁସ୍ତମ୍ଭ |
ତଁହୁ ଆସି ଗଣ୍ଡ ପ୍ରବେଶ ହୋଇଲା,
କାଳୀଜାଈ କଥା ମନେ ପଡ଼ିଗଲା |
ନାଉରିଆ ଭାଇ କାତ ରଖିଦେଇ,
ପ୍ରଣମିଲୁ ସର୍ବେ ଫୁଲ ଯେ ପକାଇ |
ମନେ ମୋର ଉଙ୍କିମାରୁଥିଲା ପ୍ରଶ୍ନ,
ଭୟ ସହ ନୀରବି ଗଲି ଯେସନ |
ସତେକି ଏଗଣ୍ଡେ ପାଉନାହିଁ କାତ,
କାଳୀଜାଈ ଝଡ଼ ଘଟଣା ବିଖ୍ୟାତ |
ତଁହୁ ମନେ ସୁମରି ମା କାଳୀଜାଈ,
ନାଵ କୂଳେ ଲଗାଇଲା ନାଉରୀ ଭାଇ |
ଅଗଭୀର ଜଳ ମଧ୍ୟରେ ପାହାଡ଼,
ସୁନ୍ଦର ପରିବେଶ ମନମୁଗ୍ଧକର |
ଦେବୀଙ୍କ ଦର୍ଶନ ସାରି ତତପର,
ଦେଖୁଥିଲି ମୁହିଁ ସାଗର ସୁନ୍ଦର |
ସେଦିନ ମନରେ ଭାବୁଥିଲି ମୁହିଁ,
ସୁନ୍ଦର ତୃପ୍ତିର ଅବସାଦ ନାହିଁ |