ବୁଝି ବି ଅବୁଝା
ବୁଝି ବି ଅବୁଝା
ଜନମ ମରଣ ଆସୁଛି ଆସିବ
ସୁଖ ଦୁଃଖ ବାଣ୍ଟିବାକୁ
ଯେଣେ ଚାହେଁ ଦିଶେ ତୁମ ହସ ଖୁସି
କହିବି ଆଉ କାହାକୁ ?
ମମତା ଡୋରିରେ ବାନ୍ଧିଥିଲ ସାରା
ପରିବାର ଏକ କରି
କେହି ତ ନ ଥିଲେ ପର ତୁମ ପାଇଁ
ହୁଅନ୍ତି ସଭିଏଁ ଝୁରି ।
ବୁଜି ଦେଲେ ଆଖି ଶୁଭେ ତୁମ ଡାକ
ଅଛ ସାଥେ ଛାଇ ପରି
ପୁଅ ,ବୋହୁ, ନାତି ,ନାତୁଣୀ ଝୁରନ୍ତି
ଗୁଣ ସୁମରି ସୁମରି ।
ପାଶେ ଥିଲେ ଚିଜ ନ ଥାଏ ଗୁରୁତ୍ଵ
ମନେ ପଡେ ଦୂର ହେଲେ
ଥିଲେ ଚିରା କନା ହଜିଗଲେ ମାଠ
ଅଛି କଥା କାଳେ କାଳେ।
ଥାଇ ସରଗରେ କର ଆଶୀର୍ବାଦ
ସୁଖେ ଯାଉ ଆମ ଦିନ
ଅଫେରା ରାଇଜୁ ଫେରିନି ତ କେହି
ବୁଝି ବି ଅବୁଝା ମନ।
