STORYMIRROR

Prafulla Chandra Mishra

Thriller

4.5  

Prafulla Chandra Mishra

Thriller

ବୋଇତ ବନ୍ଦାଣ-୨

ବୋଇତ ବନ୍ଦାଣ-୨

1 min
291


କଳିଙ୍ଗର ଗର୍ବ ଗଉରବ ମୟ କଥା “ଇତିହାସ ପୋଥି

ପତରେ” ରହିଛି ଅଲିଭା ଅକ୍ଷରେ ଓଡିଆ ପୁଅର କୀର୍ତ୍ତି

କର୍ପୂର ଯାଇଛି ଉଡି

ଖାଲି କନାକୁ ମୋ ଜାତି ଆଜି ଯାଏଁ ଧରି ରଖିଛି ଜାବୁଡି ।। 


ସେଦେନ ସାଧବ ପୁଅ ବୋଇତରେ ଦରିଆର ବୁକୁ ଚିରି

ବୋର୍ଣ୍ଣିଓ,ସୁମାତ୍ରା, ଜାଭା,ସିଂହଳକୁ ଯାଉଥିଲା ହୋଇ ପାରି

ବେପାର ବଣିଜ କରି

ଧନ ରତ୍ନ ବୋହି ଆଣି ଆସି ସେତ ସମୃଦ୍ଧ କରିଛି ଶିରି ।।


ସୁବର୍ଣ୍ଣ ଥାଳିରେ ରତନ ଦୀପରେ ସାଧବାଣୀ ବନ୍ଦାପନା

ବୋଇତ ମଙ୍ଗରେ ମଙ୍ଗଳାଙ୍କୁ ଥାପି କରି ମଙ୍ଗଳ କାମନା

ବିଦାୟ ଦେବାର ବେଳ

ଆଖି ଲୁହ ଯେତେ ଫେରନ୍ତା ବେଳକୁ ହୀରା ଲୀଳାର ଭଣ୍ଡାର ।।


ଆଜି ଆଉ ନାହିଁ ସେଦିନ ସମୃଦ୍ଧ ଗୌରବ,ମାନ,ଗରିମା

ନିଜ ଗୋଡେ ନିଜ କୁଟୁରି ମାରଇ ହିଂସା,ଦ୍ଵେଷ, ଲଂଘେ ସୀମା 

ଅସହିଷ୍ଣୁ ଭାବ ପଣ

ଓଡିଆ ଜାତିର ମାନ ମର୍ଯ୍ୟାଦା ତ ହୋଇଯାଇ ଅଛି ଗୌଣ ।।


ନାହିଁ ଧର୍ମ କର୍ମ ଦୟା କ୍ଷମା ଭାଵ ନାହିଁ ସ୍ନେହ,ପ୍ରୀତି,ପ୍ରେମ

ସ୍ଵାର୍ଥାନ୍ଧ ମଣିଷ ମଣୀ ହରା ଫଣି ପ୍ରାୟ କରେ ଗରଜନ

ବୋଇତ ବନ୍ଦାଣ ଆଜି

ଫେସନ ହୋଇଛି ଜୀବନେ ଆମର ହଜିଛି ଗୌରବ ରାଜି ।।


ଆକାଶରେ କେତେ ଧୂଆଁ ଧରିତ୍ରୀର ବର୍ଣ୍ଣ ହୀନ ରୂପ କାନ୍ତି

ପାଣିରେ ଜହର ପବନ ବିକଳ କରେ ୟେ ମଣିଷ ଜାତି

ବୁଝିବା ବେଳକୁ ଗୁଡ

ଲେଡି ଡେଇଁ ଯାଇ କହୁଣି ଉପରେ ଆଗେ ଭୟର ପାହାଡ ।।


ଆଜିର ୟେ ପୁଣ୍ୟ ତିଥିରେ ବୋଇତ ମଙ୍ଗରୁ ମଙ୍ଗଳା ମାଆ

ତୋ ବରଦ ହସ୍ତ ପ୍ରସାରି ଦେଇ ମା' ଏ ଜାତିକୁ ହୁଅ ସାହା

ଚେତା ଚେତନାର ଜ୍ଞାନ

ପ୍ରଦାନ କରିତୁ ଫିଟାଇ ଦେ ମାଆ ଅଜ୍ଞାନର ୟେ ବନ୍ଧନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller