STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Fantasy

4  

ପ୍ରିୟଦର୍ଶିନୀ ମହାନ୍ତି

Fantasy

ବଞ୍ଚିବାର ଅଭିପ୍ସା

ବଞ୍ଚିବାର ଅଭିପ୍ସା

1 min
43


ବାସ୍ତବତାର ତୁଳୀ ଧରି

ରଙ୍ଗୀନ କରିବାକୁ ଚାହେଁ

ମୋ କଳ୍ପନାର ଦୁନିଆକୁ,

ଚାହେଁ କଙ୍କି, ପ୍ରଜାପତି ଡେଣା ଲଗାଇ

ବାୟୁ ମଣ୍ଡଳର ଶେଷ ସ୍ତର ପର୍ଯ୍ୟନ୍ତ ଉଡିବାକୁ...

ଆଣିଦେଇ ଇନ୍ଦ୍ରଧନୁର ସାତ ରଙ୍ଗରୁ କିଛି 

ବୋଳିଦେବାକୁ ଚାହେଁ ମୋ କଳା ଧଳା ଜୀବନରେ,

ଚାହେଁ ପୁଣି ନିଦାଘର ଚିକ୍ ଚିକ୍ ସୁନେଲି ଖରାକୁ ଆଣି 

ଖୋସିବାକୁ ମୁଣ୍ଡରେ,

ବିଜୁଳୀରୁ ଆଣି ଯେତେ ସବୁ ଆଲୁଅ

ଖଞ୍ଜିଦେବି ମୋ ଆଖି ଆଗରେ ଥିବା ଅନ୍ଧାର ମୂଲକରେ।


ଶାଗୁଆ ରଙ୍ଗର ଶାଗ ପତ୍ରରେ ରଚିବି

ମୋ କାହାଣୀର ସଂଳାପ,

ସବୁ ଭାବନାକୁ ଭସେଇଦେବି

ମୋ କଲମ ମୁନରେ ଗୋଟି ଗୋଟି କରି।

ଇଚ୍ଛା ପୁଣି ଫୁଲ, ମହୁମାଛି, ଭ୍ରମର ସହ

କରିବାକୁ ମାନଖୋଲି ଆଳାପ....


ସବୁ ଶୃଙ୍ଖଳକୁ ଥୋପି ଦେଇ

ଘର ଚାଳରେ,

ଚରିତାର୍ଥ କରିବି 

ମୋ ଅଭିପ୍ସା, ଆକାଂକ୍ଷାକୁ...


ଦେଖିଥିବା ସ୍ୱପ୍ନକୁ ବାସ୍ତବ କରିବି

ସ୍ମୃତି କରି ସାଇତିବି 

ମୋ ବଳକା ଜୀବନ ପାଇଁ...

ସାଉଁଟି ଆଣିବି ଯେତେ ସବୁ

ବଞ୍ଚିବାର ଖୋରାକ ...

ତେବେ ତୁମେ କୁହ ଧାରେ ହସ ଓଠରେ ଧରି 

ବଞ୍ଚିବାର ଅଧିକାର କ'ଣ ମୋର ନାହିଁ...??


ସେତେ ଯାଏଁ ଉଡିବାକୁ ଦିଅ ମତେ

ନିଜକୁ ଆବିଷ୍କାର କରିବା ପାଇଁ,

ପୁଣି ଫେରିଆସି ଧରା ଦେବି ତୁମ ପଞ୍ଜୁରୀରେ

ରହିବାକୁ ଚିରଦିନ ଶିକୁଳି, ଜଞ୍ଜିରରେ ଆବଦ୍ଧ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy