ଶୁଭ ସକାଳ
ଶୁଭ ସକାଳ
ମନେ ପଡେ ଆଜି ସେ ଅଭୁଲା ଅତୀତଟା
ସକାଳର ଶୌଚାଳୟ ପ୍ରିୟ ନଦୀ ପଠା ।
କାଶତଣ୍ଡୀ ଫୁଲର ଭୁରି ଭୁରି ମହକ
ବୁଦା ଉହାଡର ବିଲୁଆର ଆର୍ତ୍ତନାଦ।
ନାଲି ଟୁକୁ ଟୁକୁ ସାଧବ ବୋହୁ ଖୂସିରେ ମଦମତ୍ତ
ଫୁଲେଇ ଝିଣ୍ଟିକା ରାଣୀର ଛମା ଛମ୍ ଐକ୍ୟତାନ।
ନଦୀ ସେପଟେ ପ୍ରୀୟା ର ମନ ଚୋରା ଚାହାଣୀ
ନଦୀ ଏପଟେ ବାଲିରେ ଲେଖୁଥିଲି ଆମ କାହାଣୀ।
ହେ, ସକାଳ!
ଅତି ସନ୍ତର୍ପଣର ତୁମ ସେ ତରଳ ପରଶ
ଆଉ ସେ ମହକ ଭରା ଚମ୍ପା ଫୁଲିଆ ବାସ୍ନା ।
ମୋ ଭଙ୍ଗା ହୃଦୟର ନରମ ରେଶମି ତନ୍ତୁକୁ
ସ୍ରୋତସ୍ବତୀ ସମ ଅଜାଣତେ ଛୁଇଁ ଯାଉଥିଲା ।
ଅର୍ଧଚେତନ ଅବସ୍ଥା
ଆକାଶର ଉଆଁସୀ ତାରା ।
ଅର୍ଦ୍ଧନିମୀଳିତ ଚକ୍ଷୁ
ରାତ୍ରିଚର ଫେରନ୍ତି ଗୃହକୁ ।
ପ୍ରାଣ ତନ୍ତ୍ରୀର ସିହରଣ
ସମୟର ଆବାହନ ।
ଅଳସ ଭରା ଅବୟବ
ପୁଣି ଏକ ନୂଆ ସକାଳ।
ସୂର୍ଯ୍ୟଙ୍କର ତୀର୍ଯ୍ୟକ ରଶ୍ମୀ ପ୍ରାଣେ ସୃଷ୍ଟିକରେ ଆଲୋଡନ
ମୁକ୍ତ ଆକାଶ ତଳେ ମୃଦୁ ମଳୟ ଶ୍ବାସେ ଭରେ ଅମ୍ଳଜାନ।
ସଫେଦ ଚାଦର ପରି ଦିଶେ ଉଡାଣ ଭରା ସେ ବଗ ବଗୁଲୀ
ଚଷା ଭାଇ ଚାଲିଥାଏ କାଳିଆ-କସରା କାନ୍ଧେ ଲଙ୍ଗଳ ରଖି।
ସକାଳର ବୁଲା ଆହା କି ମନୋହର ମନ ପ୍ରାଣ ଉତଫୁଲ୍ଲ
ସକାଳୁ ପ୍ରାଣାୟାମ କଲେ ଗାଆଁ ଦାଣ୍ଡ ଲାଗେ ସଜ କଅଁଳ।