ମୀରା
ମୀରା
ମୋତେ ମୀରା କରି ଦେରେ କଳା ଠାକୁର
ତୋର ଶ୍ରୀ କ୍ଷେତ୍ର ରେ ଗୁଣ ଗାଉଥିବି
ଦାସୀ ହୋଇ ଥିବି ଚରଣେ ତୋର l
ମିଛ ସଂସାର ଠୁ ଦୁରେଇ ଦେବୁ
ଭକତିର ଡୋରେ ବାନ୍ଧି ତୁ ନେବୁ
ଦିନ ରାତି ତୋର ଭଜନ କରିବି
ରୂପ କୁ ତୋର ନୟନେ ଦେଖିବି l
ମୋତେ ମୀରା ଭାବ ଦେରେ କଳା ଠାକୁର
ମୋ ଜୀବନ ସ୍ୱାମୀ ତୋତେ କରି ଥିବି
ତୋ ନାମ ଭଜିବି ତୁଣ୍ଡ ରେ ମୋର l
ସମୟ ମୋର ସରି ସରି ଯାଉଛି
ତୋ ମହା ପ୍ରସାଦ ନୀତି ମୁଁ ଝୁରୁଛି
ଗଳା ରେ ଲଗାଇଛି ତୁଳସୀ ମାଳି
ତୋ ପାଇଁ ସହି ଯିବି ନିନ୍ଦା ଆଉ ଗାଳି
ମୋତେ ମୀରା ପ୍ରେମ ଦେରେ କଳା ଠାକୁର
ଦୁନିଆକୁ ଭୁଲି ତୋତେ ଖୋଜୁ ଥିବି
ଜନମେ ଜନମେ ମୋର ହେବୁ ନିଜର ll