STORYMIRROR

Ravi Narayan

Romance Fantasy

3  

Ravi Narayan

Romance Fantasy

ତୁମେ, ମୁଁ ଆଉ ଜହ୍ନ

ତୁମେ, ମୁଁ ଆଉ ଜହ୍ନ

1 min
242

ହାତ ମୁଠାରେ ଧରି

ଖଣ୍ଡିଏ ସ୍ବପ୍ନ,

ବାହାରିଥିଲି କିଣିବାକୁ

ଆକାଶର ଜହ୍ନ ।

ପାଦ ଯେବେ ରଖିଲି ମୁଁ

ବଜାର ଭିତରେ,

ଦେଖିଲି

ମୋ ଭଳି ଅନକ ଗରାଖ

ଥିଲେ ସେ ଭିଡ଼ରେ ।

ସମସ୍ତଙ୍କର ଗୋଟିଏ ଚାହିଦା

କିଣିବେ ଜହ୍ନ

କିନ୍ତୁ ଜହ୍ନ ତ ଗୋଟିଏ,

ତେବେ କେମିତି ପୂରଣ ହବ

ସମସ୍ତଙ୍କ ମନ ?

ଏମିତି ଭାବୁ ଭାବୁ

ହଠାତ୍ ହାତରୁ ଖସିଗଲା

ମୋ ସ୍ବପ୍ନ ଖଣ୍ଡିକ,

ତଳେ ପଡି ଭାଙ୍ଗିଗଲା ଆଉ

ଖେଳିଗଲା ରାସ୍ତା ଯାକ ।

ସେଇ ଧାଡ଼ି ରେ

ତମେ ବି ଥିଲ,

ଆଉ ଏ ସବୁ ଦେଖି

ଜୋର୍ ରେ କହିଲ,

"ଦେଖ ଦେଖ, ପୃଥିବୀରେ ଜହ୍ନ "

ମୁଁ ମନ ଦୁଃଖ ରେ କହିଲି

"ନା ନା ଏହା ଜହ୍ନ ନୁହେଁ,

ମୋର ଚୁନା ଚୁନା ସ୍ବପ୍ନ"

ଏତିକି ଶୁଣୁ ଶୁଣୁ

ତୁମେ ମଧ୍ୟ କଚାଡି ଦେଲ

ତୁମ ସ୍ବପ୍ନ ଖଣ୍ଡିକ,

ଆଉ ପୁଣି କହିଲ

"ଆଜିଠାରୁ ଇଏ ହବ

ଆମ ଜହ୍ନର ପ୍ରତୀକ"

ତୁମ କଥା ଶୁଣି

ମୁଁ ପୁଣି କହିଲି

" କିନ୍ତୁ ଏଇଟା ତ ଜହ୍ନ ନୁହେଁ,

ସମଷ୍ଟିଟେ ଆମ ଦୁଇ ଭଗ୍ନ ସ୍ବପ୍ନ ର "

ମୋ କଥା ଶୁଣି

ତୁମ ଚୁପ୍ ରହିଲ ,

ଆଉ କିଛି ସମୟ ପରେ

ମୋତେ ପ୍ରଶ୍ନ ଟିଏ ପଚାରିଲ ,

" ଜହ୍ନ କଣ ସମଷ୍ଟି ଟେ ନୁହେଁ

ହଜାରେ ଆଦେଖା ସ୍ବପ୍ନ ର ?

ଦେଖ,

କାହିଁକି ଆମେ ଆମ ସ୍ଵପ୍ନ ବଦଳରେ

ପୁରୁଣା ଜହ୍ନ ଟେ କିଣିବା ?

ଚାଲ,

ଖଣ୍ଡେ ତୁମ ସ୍ବପ୍ନ ଆଉ ଖଣ୍ଡେ ମୋ ସ୍ବପ୍ନକୁ

ଯୋଡିଦେଇ ନୂଆଁ ଜହ୍ନ ଟେ ଗଢ଼ିବା ।

ଆମ ଜହ୍ନ,

ପ୍ରେମ ଜହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance