ଅପେକ୍ଷାର ଅନ୍ତ
ଅପେକ୍ଷାର ଅନ୍ତ
ପ୍ରାପ୍ତି କଣ ଅପେକ୍ଷାରେ, ଯବନିକା ପକେଇପାରେ
ନା, ମୋତ ତ ଲାଗେନା
ମୋତେ ଲାଗେ ପ୍ରାପ୍ତି ଅପେକ୍ଷାର ଶେଷ ଶବ୍ଦ ସତ
କିନ୍ତୁ ପୂର୍ଣ୍ଣଛେଦ ନୁହେଁ,
ଅପେକ୍ଷା କୌଣସି ଶବ୍ଦର ଆଶ୍ରିତ ହିଁ ନୁହେଁ
କାରଣ ଶୂନ୍ୟତା ବି ଦିନେ ଅପେକ୍ଷା କରିଥିବ
କମ୍ପନ ର ସେଇ ମହାନ୍ ପୁତ୍ର କୁ,
ଯିଏ ଶବ୍ଦ ଭଳି ଅମୂଲ୍ୟ ରତ୍ନ ର ଜନ୍ମଦାତା
ମତୃଗର୍ଭ ରୁ ଜନ୍ମର ଅପେକ୍ଷା, ଜନ୍ମପରେ ଯୌବନର,
ଯୌବନରେ ପ୍ରେମର, ପ୍ରେମ ରେ ମିଳନ ର,
ଆଉ ମିଳନ ପରେ ବିବାହ ର
ବିବାହ ପରେ ସନ୍ତାନର ଅପେକ୍ଷା, ପରେ ତାର ଭବିଷ୍ୟ ର,
ଆଉ ତା ପାରେ ? ତା ପରେ ଅପେକ୍ଷା ମୃତ୍ୟୁ ର
ତେବେ କଣ ମୃତ୍ୟୁ ହିଁ ଚୁଡାନ୍ତ ଅପେକ୍ଷା ର
ନା ନା, ତାହା ତ ଜୀବନର ,
କଣ ଅପେକ୍ଷା ହିଁ ଜୀବନର ଅନ୍ୟ ନାମ
ନା, ଅପେକ୍ଷା ବୋଧେ ଜୀବନର ମୁଖ୍ୟ କାମ
