STORYMIRROR

Ravi Narayan

Drama

4  

Ravi Narayan

Drama

କେଉଁଠି ଜୀବନ

କେଉଁଠି ଜୀବନ

1 min
19

ଏବେ ମୋ ମନରେ କଣ ଚାଲିଛି ?

ମେଳଣ ପ୍ରଶ୍ନ ମାନଙ୍କର

ନା ପ୍ରଶ୍ନ ମାନଙ୍କ ଉତ୍ତର ର ?

ଚିହ୍ନା ଅତୀତର ସ୍ମୃତି,

ନା ଅଜଣା ଭବିଷ୍ୟ ର ଭୀତି ?

ବିରହ ବୈଶାଖୀ ର ତାତି,

ନା ସତ ସୂରେ ପ୍ରେମ ଗୀତି ?

ପ୍ରଶଂସା ଶୁଣିବାର ଆଶା,

ନା ଅପମାନ କରିବାର ତୃଷା ?

ଯାହାବି ଚାଲିଛି,

ସେ ସବୁ ଭିଡ଼ରେ ଜୀବନ

କେଉଁଠି ନା କେଉଁଠି ହଜି ଚାଲିଛି ।

କାରଣ ଜୀବନ

ପ୍ରଶଂସା କୁ ପସନ୍ଦ କରେନା,

ଅପମାନ କୁ ଖାତିର କରେନା,

ବୀରହର ତାତି ମଧ୍ୟ ସହେ

ପ୍ରେମର ଗୀତି ମଧ୍ୟ ଗାଏ,

ଅତୀତକୁ କେବେ ଝୁରେନା

କି ଭବିଷ୍ୟତ ପାଇଁ ଡରେନା,

ନା ସିଏ ଉତ୍ତର ରେ ସୀମିତ ରହେ,

ନା ସିଏ ପ୍ରଶ୍ନ ମାନଙ୍କରେ ଧରା ଦିଏ ।

ଜୀବନ ବାସ୍ ଭାସି ଚାଲେ,

ବର୍ତମାନର ଏ ଚିରସ୍ରୋତା ନଦୀରେ,

ଆଉ ନଚୁଥାଏ ସେ ନଦୀ ସ୍ରୋତର

ସମ୍ଭାବନା ରୂପକ କୁନି କୁନି ଢେଉ ମେଳରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama