ସର୍ବ ବସ୍ତୁର ଅଛି ମୂଲ୍ୟ
ସର୍ବ ବସ୍ତୁର ଅଛି ମୂଲ୍ୟ
କଥା, କାର୍ଯ୍ୟ, ସରବ ବସ୍ତୁର ଭିନ୍ନ
ଭିନ୍ନ ମୂଲ୍ୟ ଥାଏ
ସବୁଠି ଆଦର ପାଏ ସବୁର ଉତ୍ତମ
ମୂଲ୍ୟ ଦିଏ ଯିଏ ।
ସଂସାରରେ ଭକ୍ତିର ମୂଲ୍ୟ ସବୁଠାରୁ
ଅଟେ ବଡ
ଭକ୍ତିରେ ନିଜକୁ ସମର୍ପିଲେ କଥା କହି
ଥାଏ ଜଡ ।
ସମ୍ପର୍କରେ ମଧୁରତା ଆସେ ତ ବାର୍ତ୍ତା
ଆଦାନ ପ୍ରଦାନରେ
ମନର ଭାଷାକୁ ପଢି ପାରିବନି ଛଳନା
ଭରା ମନରେ ।
ସମ୍ପର୍କର ମୂଲ୍ୟ ବୁଝି ପାରିଲେ ଜୀବନ
ସୁଗମ ହୁଏ
ପ୍ରୀତିର ସମ୍ପର୍କ ଧୀରେ ଧୀରେ ତ ମୃଦୁ
ମଳୟ ବୁହେ ।
ବିଦ୍ୟାର ମୂଲ୍ୟ ଜାଣଇ ବିଦ୍ବାନ, ମୁରୁଖ
ଜାଣି ପାରେନା
ବିଶ୍ଵାସକୁ ବିକି ଅବିଶ୍ୱାସରେ ଆପଣେଇବା
ସମ୍ଭବ ହୁଏନା ।
ସତ୍ୟର ରାସ୍ତାରୁ କଡ଼େଇ ଗଲେ, ପାଇବନି
ଶାନ୍ତିର ଭାଗ
ଏକ ମିଛକୁ ଘୋଡେଇବା ପାଇଁ ଶହେ ମିଛ,
ଦିନୁଦିନ ବଦଳେ ରଙ୍ଗ ।
ସତ୍ୟ ପଥରେ ଚାଲିଲେ, ହସି ଉଠେ ସଦା
ସର୍ବଦା ଧରାପୃଷ୍ଠ
ମିଥ୍ୟାର ପ୍ରକୋପରେ ହାହାକାର ହୋଇ
ଉଠନ୍ତି ଜୀବଜଗତ ।
