ସଂଶୟ ସର୍ବରୀ
ସଂଶୟ ସର୍ବରୀ
ବର୍ଷଣ ମୁଖର କାଳ ରାତ୍ରୀ
ବାହାରେ ତୁମ୍ଭି ତୋଫାନର ତାଣ୍ଡବ
ସୁ ସୁ ପବନ ତୁହାକୁ ତୁହା
ଭୀଷଣ ଗଦ୍ ଗଦିଆ ବର୍ଷା ଖାଣ୍ଡବ ।
ବାହୁନି ବାହୁନି କାନ୍ଦୁଛି ବର୍ଷାରାଣୀ
ମୁଣ୍ଡ ବାଡ଼େଇ କଣଭଙ୍ଗା କରକେଟ୍
ଛାତରେ ମାଲିକାଣୀ
ଆକାଶ ନୟନ୍ନ ଝରୁଛି ବରକୋଳିଆ
ଛାତିର ଫାଳିଆ କବାଟରେ
ବାଡେଇ ବେଧଡକ୍ ଧଡ଼ାସ୍ ସତସତିଆ ।
କମ୍ପନ ଭୂମୀକମ୍ପର ମଞ୍ଜ ଥରି ଯାଉଛି
ପିଳେହି ପାଣି ସରବତ୍
ଠପ୍ ଠପ୍ ନିରତ ନିର୍ଗତ
ମୁକ୍ତା ବିନ୍ଦୁ ଅବିରତ
କଦମ୍ବ ଡେମ୍ଫ ସ୍ନେହ ପ୍ରତିହତ ।
ଛାତିରେ ଛନକା
ବିଜୁଳିର ଆଖି ମିଟିକା ଅହମିକା
ଚମକି ପଡ଼ିଲି
ଥୁ ଥୁ ଗୁଣ୍ଡିରେ ମନ୍ତୁରି ପକେଇଲି
ବଜ୍ର ଗମ୍ଭିର ଘଡ଼ଘଡ଼ି ଦମ୍ଭିକା ।
ଅନ୍ଧାର ରାତି ମାଡି ପଡୁଥାଏ
ଭୟରେ ଜଡ଼ସଡ
ନିର୍ଜନ ଅନ୍ଧାରୀ ନିବାସ
ବିଦ୍ୟୁତ ବିଭ୍ରାଟ
ବେଙ୍ଗ ମୁଡିଲେ ପରା ଗଏବ
ମାରି ଆଖି ଠାର
ଇନଭାଟର ବି ମନା କରିଦେଲା
ଏତେ ଲମ୍ବା ରାତି
ଯୁ ନାହିଁ ତାର ଲଢିବାକୁ ଆଭାସ ।
ଦୁଃଖ ଦୁର୍ଦ୍ଧିନରେ ସଭିଏଁ ଫେରାର
ଏକା ଏକା କଛା ମାରି
ଛାତିରେ ଦମ୍ଭ ଭରି
ଡାକି ନରହରି ବିଶ୍ଵବିହାରୀ
ବାହାରେ ବର୍ଷା ଆହୁରି ବର୍ଷୁଥିଲା
ସଂଶୟ ଶୟନ ଶର୍ବରୀ ।
