Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Inspirational Others

3  

Chittaranjan Nanda

Fantasy Inspirational Others

ସଙ୍ଗୀତର ଜୟ ହୁଏ

ସଙ୍ଗୀତର ଜୟ ହୁଏ

1 min
168



ଅନ୍ତରର ଦୁଃଖ ପାଉଁଶ ତଳର ନିଆଁ

ଦିକ୍ ଦିକ୍ ଦେଖାଯାଏ

ଭାବିଲେ ବିଗତ ଦିନର ଘଟଣାବଳି 

ମନରେ ଦୁଃଖ ଭରିଦିଏ |୧|


ପ୍ରୀତି ପ୍ରଦୀପର ପେଡି ଖୋଲିଲେ, 

ମଣିଷ ମନ ମଧ୍ୟରେ

ତାହାର ପ୍ରଭାବେ ଅବଚେତନାରେ 

କ୍ଳାନ୍ତି ଦୂର କରେ |୨|


ପକ୍ଷୀ କାକଳିର ସଙ୍ଗୀତ ମଣିଷର 

ପଞ୍ଚଭୂତେ ଖେଳି ଯାଏ

ଦେବ ଦେବାଳୟ ବାଦ୍ୟର ସଙ୍ଗୀତ 

ଅଙ୍ଗେ ଶକ୍ତି ଭରି ଦିଏ |୩|


ଅଦେଖା ଅକୁହା ଯନ୍ତ୍ରଣା ଡ଼ହଳ ଵିକଳ 

କରେ ମନ ମନ୍ଦିରକୁ

ଜଳିଜଳି ମରେ ମନଟା ମାପିବା ସହଜ 

ନୁହଁ ତା ଗଭୀରତାକୁ  |୪|


ସେହି ବହି ଯାଉଥିବା ପାଣିକୁ ରୋକିବାକୁ 

ରାଗ ରାଗିଣୀ କାମ ଦିଏ

ସେଇଠି ସଙ୍ଗୀତର ସ୍ଵନ ନିଶ୍ଚିତ କାମ କରେ 

ଓ ସଙ୍ଗୀତର ଜୟ ହୁଏ |୫|



Rate this content
Log in

Similar oriya poem from Fantasy