Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ଇଚ୍ଛା

ଇଚ୍ଛା

1 min
154


ଇଚ୍ଛାମାନେ

ଅନିଚ୍ଛା ର ବସ୍ତ୍ର

ପରିଧାନ କଲାପରେ

ନିଜର ଅଭିଜତ୍ୟ

ଆପେ ଆପେ

ପାସୋରି ଦିଅନ୍ତି !


ନୂଆ ରୂପ ଦେବା ବାହାନାରେ

ନିଜକୁ ତଳିତଳାନ୍ତ କରି ପକାନ୍ତି

ପ୍ରକୃତ ଖୁସିକୁ ନିର୍ମୋହ ଭାବି

ଭୁଲିବାର ପ୍ରୟାସ କରନ୍ତି ।


ବୁଝିବା ଓ ବୁଝି ଅବୁଝା ହେବା

ବସ୍ତ୍ରର ଦୁଇଟି ବିପରୀତ କାନି ଅଟେ

ଯାହାକୁ ଯେମିତି ପିନ୍ଧି ପାରିଲ

ସିଏ ସେମିତି ଅନୁଭବ ହେବ ନିଜକୁ ।


ବେଳେବେଳେ ବୁଝିବାରେ ନିଜକୁ ହିଁ

ଭୁଲ ସାବ୍ୟସ୍ତ କରି ବସୁ

ଆଉ କେବେ କାହା ପାଇଁ ନିଜ ପରିଚୟକୁ

ଲୋକଙ୍କ ଆଗରେ ଶବଟେ ପରି ଝୁଲେଇ ଦେଉ ।


ଇଚ୍ଛା ଯେବେ ସମୁଦ୍ର ପରି ହେବ

ନିଶ୍ଚୟ ସମ୍ପର୍କ ସୁଦୃଢ଼ ହେବ

ଅନେକ କିଛି ଘଟିଗଲା ପରେ ବି

ସ୍ୱର୍ଗର ପାରିଜାତ ଝରୁଥିବ,

ନଚେତ୍ ଯଦି ସମ୍ପର୍କ ନିଆଁ ପରିହୁଏ

ଅଳ୍ପ ଅବଧି ପରେ ଆପେ ହଜିଯାଏ

ଯାହା ଖୋଜିଲେ ବି ପୋଡ଼ା ପୋଡ଼ା ଲାଗେ ।


Rate this content
Log in