Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Fantasy

4.0  

SUJATA DAS

Fantasy

ତୁ ଆଉ ମୁଁ

ତୁ ଆଉ ମୁଁ

1 min
201



ତୋ ହସ

ମୋ ଓଠରେ

ମିଠା ମିଠା ଝରଣା

ତୋ କଥା

ମୋ ମନରେ

କବିତାର ପ୍ରେରଣା ।


ତୋ ମାନ

ମୋ ହୃଦୟେ

ଯନ୍ତ୍ରଣାର ଦୁନ୍ଦୁଭି

ତୋ ପ୍ରୀତି

ମୋ ଦେହରେ

କଦମ୍ବର ସୁରଭୀ ।


ତୋ ଶବ୍ଦ

ମୋ ଆତ୍ମାରେ

କନକର ଗହଣା

ତୋ ଲୁହ

ମୋ ଆଖିରେ

ସର୍ତ୍ତହୀନ ଯନ୍ତ୍ରଣା ।


ତୋ ରୂପ

ମୋ ଆଖିରେ

କଳା କୃଷ୍ଣ ମୂରତି

ତୋ କଳା

ମୋ ହୃଦୟେ

ମହାମୁଲ୍ୟ ସମ୍ପତ୍ତି ।


ତୋ ସ୍ପର୍ଶ

ମୋ ଆତ୍ମାରେ

ମିଠା ମଧୁ ସ୍ପନ୍ଦନ

ତୋ ବାସ୍ନା

ମୋ ଦେହରେ

ନିତି ନବ ଗୁଞ୍ଜନ ।



Rate this content
Log in

Similar oriya poem from Fantasy