Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Abstract Inspirational

4  

SUJATA DAS

Abstract Inspirational

ନାରୀ

ନାରୀ

1 min
8



ନାରୀଟିଏ କରି,,, 

  ଗଢିଦେଲ ପ୍ରଭୁ,,,, 

    ଏତିକି ସୁଦୟା କର, 

ଭରିଦିଅ ହୃଦେ,,,,, 

  ସେଵା ଓ ମମତା,,,, 

    ବରଷୁ ସ୍ନେହ ଆଦର l

ସେଵା ସହିଷ୍ଣୁତା,,,, 

  ମହାବ୍ରତ ହେଉ,,,, 

   ମୁଖେ ଥାଉ ସଦା ହସ, 

ଦୁଃଖୀ ଜନ ମନେ,,,,, 

  ଭରିଦିଏ ଖୁସି,,,, 

   ମମତାରେ କରେ ବଶ l

ଅନ୍ନପୂର୍ଣ୍ଣା ପରି,,,,, 

  ପରଶୀ ଦିଏ ମୁଁ,,,, 

   ଭୋକ ଶୋଷ ଯାଉ ଦୂରେ, 

ପୃଥିବୀ ପରିକା,,,, 

  ସହିଷ୍ଣୁତା ଗୁଣ,,,, 

   ଭରିଦିଅ ହୃଦୟରେ l

ଉଦାର ହୃଦୟ,,,, 

  ସତ୍ୟ ନିଷ୍ଠା ପର,,,, 

    ଦୟାଳୁ ଗୁଣରେ ଭରି,

ଝରୁଥାଉ ସଦା,,,,

  ପ୍ରୀତିର ପିୟୁଷ,,,,

    ଅମୃତ ଝରଣା ପରି l

ଓ଼ଠୁ ଝରୁଥାଉ,,,, 

   ଅମୃତ ବଚନ,,,, 

     ସଭିଁଙ୍କର ମନ ମୋହି, 

ହସ୍ତ ହେଉ ସଦା,,,,, 

   ଭୂଷଣ ଦାନରେ,,, 

     କଣ୍ଠେ ସତ୍ୟ ସଦା କହି l

ଦୁଃଖ ଲୁହ ଯେତେ,,, 

  ହସି ଆପଣାଇ,,,, 

   ସୁଖ ବାଣ୍ଟେ ନିରନ୍ତର, 

ସ୍ନେହ ର ଝରଣା,,,, 

  ଦୟା ଓ କରୁଣା,,,, 

    ମହୋଦଧି ପରି କର l

ଆସୁ ଯେତେ ଝଡ,,,, 

  ଅଚଳ ଅଟଳ,,,, 

   ପର୍ବତ ପରି ମୁଁ ସହି , 

କରୁଣାର ବାରି,,, 

  ବରଷି ଯାଏ ମୁଁ 

   ସଭିଙ୍କୁ ପ୍ରେମରେ ମୋହି 

ଦରିଦ୍ରର ସେଵା,,, 

  ପ୍ରଭୁଙ୍କର ସେଵା,,,, 

    ସେଵା ବ୍ରତ ଅନୁସରି, 

ନାରୀ ଜୀବନ ମୋ,,,, 

  ସାର୍ଥକ କର ହେ,,,, 

    ଏତିକି ମୋର ଗୁହାରୀ l


Rate this content
Log in

Similar oriya poem from Abstract