ଜୀବନ ମୃତ୍ୟ
ଜୀବନ ମୃତ୍ୟ


ଜୀବନ ଯେଉଁଠି
ଯନ୍ତ୍ରଣା କାଳିରେ
ସଫେଦ କାଗଜେ ଲେଖା
ମୃତ୍ୟୁ ବି ସେଇଠି
ଅଲିଭା ଅକ୍ଷରେ
କର୍ତ୍ତବ୍ୟ କରେ ସମୀକ୍ଷା ।
ଜୀବନ ଯେଉଁଠି
ଦୁଃଖର ଅନଳ
ବ୍ୟଥା ଦାଵା ନଳ
ସ୍ୱାର୍ଥର ଭଉଁରୀ ଛନ୍ଦ
ମୃତ୍ୟୁ ବି ଯେଉଁଠି
ଶୀତଳ ସ୍ବପ୍ନ ଟେ
ମିଠା ମଧୁ ମକରନ୍ଦ ।
ଜୀବନ ଯେଉଁଠି
ନିଶ୍ୱାସ ବୋଇତେ
ପ୍ରାଣ ବାୟୁ ସଂଚରିତ
ମୃତ୍ୟୁ ବି ସେଇଠି
ପ୍ରଶ୍ୱାସ ପବନେ
ଅନୁରାଗେ ପ୍ରବାହିତ ।
ଜୀବନ ଯେଉଁଠି
ଯନ୍ତ୍ରଣା ଯାମିନୀ
ଅହଂକାର ଯତି ପାତ
ମୃତ୍ୟୁ ବି ସେଇଠି
ପ୍ରାଣ ପ୍ରିୟତମ
ସ୍ୱାଗତ ମଧୁ ସଂଗୀତ ।