ଅଭିଳାଷ
ଅଭିଳାଷ
ଲେଖିବି ଲେଖିବି
ଅନେକ ଭାବିଚି
ପାରିନି ତଥାପି ଲେଖି
କେବେ ଲେଖନୀ ମୋ
କରିଛି ବାରଣ
ଶବ୍ଦକୁ ଦେଇ ପରଖି l
ଯନ୍ତ୍ରଣା ନ ଥିଲେ
ଶବ୍ଦ କି ଜନମେ
କବିତା କି ରଚିହୁଏ
ଲୁହରେ ଲୁହରେ
ଇଚ୍ଛା ସବୁ ଯେତେ
ଲେଖନୀରୁ ଝରିଯାଏ l
ଆଖି ଅମାନିଆ
ଅବୁଝା ଅଝଟେ
ପଲକରେ ଛାପିଦଏ
ଶୂନ୍ୟତାର ଭାଷା
ବ୍ୟଥା ପରିଭାଷା
ନୀରବରେ ପଢୁଥାଏ l
କାଗଜ ଛାତିରେ
ଲେଖନୀର ସ୍ପର୍ଶ
ଅଲିଭା ଅଭୁଲା ଛବି
ପ୍ରୀତିର ପରଶ
ସୃଷ୍ଟି କାବ୍ୟ ରସ
କାବ୍ୟରୁ ଜନମ କବି l
ଶବ୍ଦର ନିର୍ଝର
ହୃଦୟର ସ୍ୱର
ଲେଖେ କେତେ କିଶ ଭାବି
କେବେ ମିଳେ ଖୁସି
ପ୍ରେରଣା ପ୍ରଶଂସା
କେବେ ଉପହାସେ ଦବି l
ଶବ୍ଦ ନିରୁଦ୍ଧିଷ୍ଟ
ନୀରବ ନିସ୍ତବ୍ଧ
ଅସ୍ତ କଳ୍ପନାର ଜ୍ୟୋତି
ଲେଖନୀ ଉଦାସ
ନିଷ୍ପ୍ରଭ ଚାନ୍ଦିନୀ
ଉଦାସୀ ଗୋଲାପୀ ଚିଠି l
ଇତି ଲେଖିଦେଲେ
ସରିଯିବ ଚିଠି
ରହିଯିବ କେତେ କଥା
ଶବ୍ଦ ସଂଯୋଜନା
ମନର ଭାବନା
ହୃଦୟର ଯେତ ବ୍ୟଥା l
ଲେଖିବାର ଇଚ୍ଛା
ଲେଖାଏ କାହାଣୀ
ହୃଦୟର ଅନୁଭୂତି
ଝରିଆସେ ଭାବ
ଭାବନା ରାଇଜୁ
ବୁଝେ ନାହିଁ ଦିନ ରାତି l
ଜୁଆର ପରିକା
ଆସି ଫେରିଯାଏ
ରହେନାହିଁ କିଛି ଚିହ୍ନ
ଭାବିଲେ ମିଳେନି
ଶବ୍ଦର ମହକ
ହୋଇ ଭାବନାରୁ ଭିନ୍ନ l।