Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Romance

4  

Niranjan Mishra

Romance

ପ୍ରଥମ ଚିଠି

ପ୍ରଥମ ଚିଠି

1 min
322



ଶ୍ରୀଜଗନ୍ନାଥଙ୍କୁ ସୁମରଣା କରି

ଲେଖୁଛି ପ୍ରଥମ ଚିଠି ।

ମନେପଡ ପ୍ରିୟା ଦେଖୁଛି ଗୋଲାପ

ଊପବନେ ଅଛି ଫୁଟି ।୧।

ଆହା କି ସୁନ୍ଦର ଦିଶୁଛି ସୁବାସ

ମହକି ଆସୁଛି ତାର ।

ମନେପଡ ଆଜି ବସି ମୁଁ ଭାବୁଛି

ସୁନ୍ଦର ସ୍ମୃତି ତୁମର ।୨।

ଦୂରେ ସିନା ଅଛ ଭାବିବନି କେବେ

ଦୂରରେ ରହିଛ ବୋଲି ।

ଅତି ନିକଟରେ ଅଛ ବୋଲି ମୋର

ଭାବିବ କହୁଛି ଖୋଲି ।୩।

ଚନ୍ଦ୍ର ଚକୋରଙ୍କ ପୀରତିକୁ ଟିକେ

ହେତୁକର ମନେ ମନେ ।

କୁମୁଦ କୁମୁଦିନୀ ଦୁହିଁଙ୍କ ପ୍ରୀତି

ଊଣା କି ହୋଇବ ଦିନେ ? ୪।

ଘନ ବରଷିବ ଚାତକ ଚାହିଁଛି

ଏକଥା ମନରେ ଧର ।

ଯେତେ ଦୂରେ ଆମେ ରହିଥିଲେ ହେଲେ

ପୀରତି ଆମ ମଧୁର ।୫।

ବରଷାର ବାରି ଧାରା ବରଷିଲେ

ନ ପଡିବ କି ଧରାରେ ?

ଯାହା ମୁଁ ଲେଖୁଛି ମୋ କଥା ଟିକିଏ

ହେଜିବ ତୁମ ମନରେ ।୬।

ଚନ୍ଦ୍ରମା ଦର୍ଶନେ ତୁମେ ଆସ ମନେ

ମୀନ କି ଜୀବନ ବିନା ।

ରହି କି ପାରିବ କହିବ ଟିକିଏ

ସେପରି ମୁଁ ତୁମ ବିନା ।୭।

କେବେ ତ ଲେଖିନି ଚିଠି ମୁଁ ତୁମକୁ

ଏଇ ମୋ ପ୍ରଥମ ଚିଠି ।

ପ୍ରଭୁଙ୍କୁ ସୁମରି ଦିନ ମୁଁ ଗଣୁଛି

କେବେ ହୋଇବା ଏକାଠି ।୮।


Rate this content
Log in

Similar oriya poem from Romance