ପ୍ରେମ ପୁଲକ
ପ୍ରେମ ପୁଲକ
ପ୍ରେମର ପୁଲକେ ନ୍ଯସ୍ତ ଯିବାବେଳେ
ଜୁଡୁବୁଡୁ ହେଲା ଲୁଗା
ଦେଖି ମୋ ପୁଲକ ଝିଙ୍କି ଖାଇଗଲ
ଏବେ କିଆଁ ଦିଅ ଦଗା ?
ମୋର ହୃଦୟରୁ ଉତୁରୁ ଯା'ଥିଲା
ଅମୃତ ଭାବିକି ପିଇ
ଧୀଟନୀଚ୍ଚ କାମ କରି ଛାଡି଼ଦେଲ
ଅନ୍ତସତ୍ତ୍ବା କରିଦେଇ ।
ଆଜି ମୁଁ ସମାଜେ ମୁହଁ ଦେଖେଇବା
ହୋଇ ପାରୁନାହିଁ ଯମା
ଦୁଃଖର ନଈରେ ବୁଡି଼ ଗାଧୋଇଲି
କାହିଁକି ଦେଲି ବା ଚୁମା ?
ପ୍ରେମର ପୁଲକ ଭାରି ମିଠା ବୋଲି
ଦିନେ ବସି ପିଉଥିଲି
ହେଲେ ହଳାହଳ ବିଷର ସଦୃଶ
ପାଟିକୁ କିଆଁ ମୁଁ ନେଲି ?
ହେ'ମୋର ଭଉଣୀ ଯେତେକ ରହିଛ
ଚାହିଁ ନାହିଁ ଇଛାମତେ
ପ୍ରେମ ପୁଲକକୁ ଦୂରେ ଫିଙ୍ଗିଦିଅ
ସନ୍ତୋଷ ହୋଇବ ହିତେ।

