ପ୍ରେମ ପୁଲକ
ପ୍ରେମ ପୁଲକ
ପ୍ରେମ ପୁଲକଟା ହୃଦୟରେ ଯେବେ
ଆସିକି ଘର କରିଲା
ସେହିକ୍ଷଣଠାରୁ ମରିମରି ବଞ୍ଚି
ଯାଉଅଛି ମନ ପାରା।
ଖଣ୍ଡିଉଡା଼ ହୋଇ ନାହିଁ ମନ ପାରା
ତଥାପି ପ୍ରେମ ପୁଲକେ
ସୂର୍ଯ୍ଯଙ୍କୁ ଦେଖିଲେ କମଳିନୀ ଯଥା
ଅନେଇଁ ଥାଏ ଚାତକେ।
ମନ ପାରା ମୋର ଦେଖିନି ବ୍ରହ୍ମାଣ୍ଡ
ଦେଖିନି ପୁରୁଷ ପ୍ରାଣ
ତଥାପି ଭ୍ରମୁଛି ମୃଗୁଣୀ ସମାନ
ଦିନରାତି ପ୍ରତିକ୍ଷଣ।
ମନର ପାରାକୁ ଲଗାମ ଦେବାକୁ
ଯେତେ ଚେଷ୍ଟାକଲେ ସୁଦ୍ଧା
ସବୁ ହିଁ ଭଙ୍ଗୁର ହୋଇ ଯାଉଅଛି
ପୂର୍ଣ୍ଣ ନୁହେଁ କାମ ଅଧା।
ହେ ମୋର ମନର ମଣିଷ କେଉଁଠି
ରହିଛ ଦିଅ ଦର୍ଶନ
ପ୍ରେମ ପୁଲକରେ ଦେଖ ଘାଣ୍ଟିହୁଏ
ମରି ବଞ୍ଚେ ଘନଘନ।

