STORYMIRROR

SUKANTA KHANDA

Romance

3  

SUKANTA KHANDA

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
192


ପ୍ରେମ ପୁଲକଟା ହୃଦୟରେ ଯେବେ

ଆସିକି ଘର କରିଲା

ସେହିକ୍ଷଣଠାରୁ ମରିମରି ବଞ୍ଚି

ଯାଉଅଛି ମନ ପାରା।


ଖଣ୍ଡିଉଡା଼ ହୋଇ ନାହିଁ ମନ ପାରା

ତଥାପି ପ୍ରେମ ପୁଲକେ

ସୂର୍ଯ୍ଯଙ୍କୁ ଦେଖିଲେ କମଳିନୀ ଯଥା

ଅନେଇଁ ଥାଏ ଚାତକେ।


ମନ ପାରା ମୋର ଦେଖିନି ବ୍ରହ୍ମାଣ୍ଡ

ଦେଖିନି ପୁରୁଷ ପ୍ରାଣ

ତଥାପି ଭ୍ରମୁଛି ମୃଗୁଣୀ ସମାନ

ଦିନରାତି ପ୍ରତିକ୍ଷଣ।


ମନର ପାରାକୁ ଲଗାମ ଦେବାକୁ

ଯେତେ ଚେଷ୍ଟାକଲେ ସୁଦ୍ଧା

ସବୁ ହିଁ ଭଙ୍ଗୁର ହୋଇ ଯାଉଅଛି

ପୂର୍ଣ୍ଣ ନୁହେଁ କାମ ଅଧା।


ହେ ମୋର ମନର ମଣିଷ କେଉଁଠି

ରହିଛ ଦିଅ ଦର୍ଶନ

ପ୍ରେମ ପୁଲକରେ ଦେଖ ଘାଣ୍ଟିହୁଏ

ମରି ବଞ୍ଚେ ଘନଘନ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance