STORYMIRROR

SUKANTA KHANDA

Romance

3  

SUKANTA KHANDA

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
166


ପ୍ରେମରେ ପ୍ରେମରେ ଭିଜି ସାରିଲିଣି

ହୃଦୟ ପୁଲକ ଭରା

କିଏ ଅଛ ଆସ ଶୁଖାଇ ଦିଅ ହେ

ସୂର୍ଯ୍ଯଙ୍କ ସଦୃଶ ଖରା।


ନାଳଝାଳ ଦେହୁ ବୋହୁଛି ସର୍ବଦା

ସକାଳରୁ ସଞ୍ଜଯାଏ

ପାରୁନି ସମ୍ଭାଳି ପ୍ରେମର ପୁଲକେ

କିଏ ମୋତେ କୋରି ଖାଏ ।


ପାଖକୁ ଆସୁନି ଠିଆ ସ୍ବପ୍ନେ ମୋର

ନାଚୁଛି ଗାଉଛି ଯିଏ

ଅଥୟ କରୁଛି କାମନା ଜ୍ଜାଳାରେ

କାହିଁକି ଭେଳିକି ହୁଏ ।


ଆସ ହେ ସ୍ବପ୍ନର ରାଣୀ ମୋ ସମ୍ମୁଖ

ଫିଙ୍ଗିଦିଅ ତନୁମନ

ପରସ୍ପର ମଧ୍ଯେ ଯା'ଅଛି ପୁଲକ

ଘୋରି ପିଇ ହେବା ଧନ୍ଯ ।


କେତେ ଅସମ୍ଭାଳ ଦେଖ ତ ଅନେଇଁ

ବୁଝୁନ କାହିଁକି ଯମା

ପ୍ରେମର ପୁଲକ ଯଦି ପାପ ହୁଏ

ନିଜକୁ ଦେବାରେ କ୍ଷମା ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance