STORYMIRROR

SUKANTA KHANDA

Romance

3  

SUKANTA KHANDA

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
111


ପ୍ରେମରେ ପ୍ରେମରେ ସଢି଼ ମୁଁ ଗଲିଣି

ଦେଖିକି ରୁହ କେମିତି

କୋଳେଇ ନେବାର ନାମ ହିଁ ଧରୁନ

ହୃଦୟେ ନାହିଁ ପୀରତି ।


ପ୍ରେମର ପୁଲକେ ଭାରି ଭଲ ଲାଗେ

ପାଖରେ କେ'ଥିଲେ ଜଣେ

ଲୋଡା଼ ନାହିଁ ଯା'ର ପୁଲକ ନ ଥିବ

ଯେତେ ଥା'ନ୍ତୁ ପାଖେ ପଣେ।


କହୁଛି ଖୋଲିକି ହୃଦୟେ ମୋହର

ଫୁଟିଛି ପ୍ରେମ ପୁଲକ

ସୁବାସ ଯାଉନି ବୋଲିକି ଆସୁନ

ଭ୍ରମର ପରିକା ପୋକ।


ଧରଧର ମୋତେ କୋଳରେ ବସାଅ

ପଡି଼ଯିବି ଏହିକ୍ଷଣି

ଗଣୁନ ଅଙ୍କଟେ ଏକ ଦୁଇ ତିନି

ପାରୁନ କାହିଁକି ଛାଣି।


ବଡ଼ ସରାଗରେ ହୃଦୟ ଫିଙ୍ଗିଛି

କାହାର ପଡୁନି ଦୃଷ୍ଟି

ହୀନ କପାଳେ ମୋ ବିଧାତା ଲେଖିଛି

କାହିଁକି କରିଛି ସୃଷ୍ଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance