STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
124

ପ୍ରଥମ ପ୍ରେମର ପ୍ରଥମ ଗୀତିକୁ

         ଭୁଲିନି ମୁଁ ସେଇ ଦିନୁ 

ଗୀତି ନୁହେଁ ସେତ ଅଭୁଲା ସ୍ମୃତି ମୋ

        ଜଳାଇ ମାରୁଛି ତନୁ ।(୦) 


ନିବିଡ଼ ରାତିରେ କେବେ ସେ ଆସିଛି

କେବେ ପୁଣି ଅପରାହ୍ନେ 

କେତେ ସେ ଦେଇଛି ବିରହ ଯନ୍ତ୍ରଣା

ଭୁଲି ମୁଁ ପାରିନି ମନେ । 

କେତେ ଦିବସ ମୋ ବିତିଛି ନିଃସଙ୍ଗେ 

ଦେଖିନି ଉଦିତ ଭାନୁ ।(୧)


ସିଏ ମୋ ସ୍ମୃତିର ଅଲିଭା କାଗଜ

ଭିଜା ଆକାଶର ଜହ୍ନ 

ଯା'ପାଇଁ ଭିଜୁଛି ଭରା ଶ୍ରାବଣରେ

ବିନା ମେଘେ ରାତି ଦିନ ।

ପ୍ରଥମ ପ୍ରେମର ପ୍ରଥମ ଗୀତି ସେ

ଭୁଲି ପାରୁନି ମୁଁ ମନୁ ।

ଗୀତି ନୁହେଁ ସେତ...(୨) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance