STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରେମର ପୀୟୂଷ

ପ୍ରେମର ପୀୟୂଷ

1 min
163

ପ୍ରେମର ପୀୟୂଷ

ପାନ କରେ ଯିଏ

ମେଣ୍ଟି ଯାଏ ପ୍ରେମ ଶୋଷ,

ପ୍ରେମର ଅମୃତ

ପାନ କରେ ଯିଏ

ଭୁଲି ଯାଏ ସବୁ କ୍ଳେଶ।


ଏହି ଯେ ପୀୟୂଷ

ଅମୃତ କଳସ

ଆକଣ୍ଠ ପିଇଛି ଯିଏ,

ମନରେ ସଦା ହେ

ଭାବି ଥାଏ ପରା

ଭୁବନ ବିଜୟୀ ସିଏ।


ମିଳେନି ଯାହାଙ୍କୁ

ଏ ଅମୃତ ରସ

ବଡ ହତଭାଗା ସିଏ,

କିପରି କହିବ

ବାସ୍ତବ ମଣିଷ

ଜନମ ଲଭିଛି ହାୟେ।


କିଛି ଦିନ ପାଇଁ

ପାଇ ଏ ଅମୃତ

ପୁଣି ଯଦି ମିଳେ ନାହିଁ,

ତା ଠାରୁ ସତରେ

ବଡ ହୀନିମାନ

ଜଗତେ କେହି ନଥାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance