ପ୍ରେମର ପୀୟୂଷ
ପ୍ରେମର ପୀୟୂଷ
ପ୍ରେମର ପୀୟୂଷ
ପାନ କରେ ଯିଏ
ମେଣ୍ଟି ଯାଏ ପ୍ରେମ ଶୋଷ,
ପ୍ରେମର ଅମୃତ
ପାନ କରେ ଯିଏ
ଭୁଲି ଯାଏ ସବୁ କ୍ଳେଶ।
ଏହି ଯେ ପୀୟୂଷ
ଅମୃତ କଳସ
ଆକଣ୍ଠ ପିଇଛି ଯିଏ,
ମନରେ ସଦା ହେ
ଭାବି ଥାଏ ପରା
ଭୁବନ ବିଜୟୀ ସିଏ।
ମିଳେନି ଯାହାଙ୍କୁ
ଏ ଅମୃତ ରସ
ବଡ ହତଭାଗା ସିଏ,
କିପରି କହିବ
ବାସ୍ତବ ମଣିଷ
ଜନମ ଲଭିଛି ହାୟେ।
କିଛି ଦିନ ପାଇଁ
ପାଇ ଏ ଅମୃତ
ପୁଣି ଯଦି ମିଳେ ନାହିଁ,
ତା ଠାରୁ ସତରେ
ବଡ ହୀନିମାନ
ଜଗତେ କେହି ନଥାଇ।

